ନୂତନ ଜିଲ୍ଲାପାଳ ଭାବେ ଯୋଗ ଦେଲେ ସ୍ୱଧା ଦେବ ସିଂହ

ରାୟଗଡା: ଆଜି ରାୟଗଡାରେ ନୂତନ ଜିଲାପାଳ ଭାବେ ଶ୍ରୀମତି ସ୍ୱଧା ଦେଵସିଂହ ଯୋଗଦନ କରିଛନ୍ତି । ସେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଠାରୁ ଜିଲାପାଳଙ୍କ କାର୍ୟ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଥିଲେ । ଦାୟିତ୍ୱ ଗ୍ରହଣ କରିବାପରେ ନୂତନ ଜିଲ୍ଲାପାଳଙ୍କୁ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା,ସୋମନାଥ ପ୍ରଧାନଙ୍କ ସମେତ କାର୍ୟ୍ୟାଳୟର ବିଭିନ୍ନ ସେକ୍ସନ ଅଫିସର,ସାମ୍ବାଦିକ ସଂଘର କର୍ମକର୍ତ୍ତା, ବିଭିନ୍ନ ବିଭାଗୀୟ ଅଧିକାରୀ ,ବିଭିନ୍ନ ସଂଘଠନର କର୍ମକର୍ତ୍ତା, କର୍ମଚାରୀ ସଂଘର କର୍ମକର୍ତ୍ତା ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ସ୍ୱାଗତ କରିଥିଲେ । ନୂତନ ଜିଲ୍ଲାପାଳ ଶ୍ରୀମତି ଦେଵସିଂ ଏହାପୂର୍ବରୁ ନୂଆପଡା ଜିଲ୍ଲାରେ ଦୀର୍ଘ ୧ବର୍ଷ ୮ ମାସ ଧରି ସୁଚାରୁ ରୂପେ କାର୍ୟ୍ୟ ସମ୍ପାଦନ କରି ଜନସାଧାରଣଙ୍କ ପ୍ରିୟଭାଜନ ହୋଇପାରିଥିଲେ । ରାୟଗଡ ଜିଲ୍ଲାରେ କାର୍ୟ୍ୟକାରୀ ହେଉଥିବା ସରକାରଙ୍କ ବିଭିନ୍ନ ଯୋଜନାକୁ ଜନସାଧାରଣଙ୍କ ନିକଟରେ ପହଂଚାଇବା ଓ ଆଗ୍ରଧିକାର ଭିତ୍ତିରେ କାରାଯିବ ବୋଲି ପ୍ରକାଶ କରିଥିଲେ ।

Share

Leave a Reply

Your email address will not be published. Required fields are marked *

2 × two =