ଏନଡିଆରଏଫ ସର୍ତ୍ତାବଳୀ କୋହଳ କରିବାକୁ ଦାବି

ରାଜନାଥ ସିଂହଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର () ସମ୍ପ୍ରତି ବାତ୍ୟାରେ ଓଡ଼ିଶା ରାଜ୍ୟରେ ବିଦ୍ୟୁତ ଭିତିଭୂମି ଯେତେ ମାତ୍ରାରେ ନଷ୍ଟ ହୋଇଛି ତାର ପୁନରୁଦ୍ଧାର ପାଇଁ ଆବଶ୍ୟକ ହୋଇଥିବା ଅର୍ଥରାଶି ବିଦ୍ୟୁତ କମ୍ପାନୀ ମାନଙ୍କ ପାଖରେ କଷ୍ଟକର ବ୍ୟାପାର । ଏଥିପାଇଁ ଏନଡିଆରଏଫର ସର୍ତାବଳୀକୁ କୋହଳ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।

ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲ୍ଲା ସମତେ ଅନ୍ୟାନ୍ୟ ଜିଲ୍ଲାର କେତେକ ଅଂଚଳରେ ଏହି ଭିତିଭୂମି ନଷ୍ଟ ହୋଇଛି । ଭିତିଭୂମି ପୁନରୁଦ୍ଧାର ଲାଗି କଣ୍ଡକ୍ଟର, ଖୁଂଟ ଏବଂ ଟ୍ରାନ୍ସଫର୍ମର ଯାହା ଦିଆଯାଇଛି ତାହା ୧୧ କେଭି ଲାଇନ ପାଇଁ ଉଦ୍ଦିଷ୍ଟ । କେବଳ ସେତିକି ନୁହେଁ ଏଥିପାଇଁ ଯେଉଁ ଅର୍ଥର ବ୍ୟବସ୍ଥା କରାଯାଇଛି ତାହା ପର୍ଯ୍ୟାପ୍ତ ନୁହେଁ । ୧୧ କେଭି ବ୍ୟତୀତ ୨୨୦ କେଭି, ୧୩୨ କେଭି ଟାୱାର ଓ ଟ୍ରାନ୍ସମିସନ ଲାଇନ, ଗ୍ରୀଡ଼ ସବଷ୍ଟେସନ ଏବଂ ପାୱାର ଟ୍ରାନ୍ସଫର୍ମର, ୩୩ କେଭି ଖୁଂଟ ଏବଂ ତାର ଏବଂ ପ୍ରାଥମିକ ସବଷ୍ଟେସନ ଗୁଡ଼ିକ ବ୍ୟାପକ ଭାବେ ନଷ୍ଟ ହୋଇଛି ।

ପ୍ରାଥମିକ ରିପୋର୍ଟ ଅନୁଯାୟୀ ଏହି କ୍ଷୟକ୍ଷତିର ପରିମାଣ ୧୧୬୦ କୋଟି ଟଙ୍କା ହେବ ବୋଲି ପ୍ରାଥମିକ ଅଟକଳ କରାଯାଇଛି । ତେଣୁ ବିଦ୍ୟୁତ କମ୍ପାନୀ ମାନେ ଏତେ ପରିମାଣର ଅର୍ଥ ବହନ କରିବା ସେମାନେ ସ୍ଥିତିରେ ନାହାନ୍ତି । ଯେହେତୁ ବିଦ୍ୟୁତ ଏକ ଆବଶ୍ୟକତା ହୋଇଥିବାରୁ ରାଜ୍ୟ ସରକାର ବିଦ୍ୟୁତ ଭିତିଭୂମିର ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତିରେ ନିଜ ସମ୍ବଳରେ ବିନିଯୋଗ କରୁଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଏହି ଅର୍ଥ ବିନିଯୋଗ କରିବା ସାମର୍ଥ୍ୟ ହେଉନଥିବାରୁ ଏନଡିଆରଏଫର ସର୍ତାବଳୀକୁ ଓଡ଼ିଶା ପାଇଁ କୋହଳ କରି ପୁନଃ କ୍ଷତି ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

eleven + 14 =