ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଡକ୍ଟର ଗୋପବନ୍ଧୁ ଦାସଙ୍କୁ ମିଳିଲା ଡିଲିଟ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟର ଅଫିସର ଅନ ସ୍ପେଶିଆଲ ଡ୍ୟୁଟି (ଓଏସଡି) ଡକ୍ଟର ଗୋପବନ୍ଧୁ ଦାଶଙ୍କୁ ରାଜନୀତି ବିଜ୍ଞାନରେ ଡିଲିଟ ଉପାଧି ମିଳିଛି । ଡକ୍ଟର ଦାସ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଭାବେ କାର୍ଯ୍ୟ କରିଥିବା ବେଳେ ଏକବିଂଶ ଶତାବ୍ଦୀରେ ଭାରତ-ଦକ୍ଷିଣ ଆଫ୍ରିକା ସମନ୍ବୟ ଉପରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୂଳପତି ତଥା ରାଜନୀତି ବିଜ୍ଞାନର ପ୍ରଫେସର ଡକ୍ଟର ଜେ.କେ. ମହାପାତ୍ରଙ୍କ ତଦାରଖରେ ଡିଲିଟ କରିଛନ୍ତି ।

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ବାର୍ଷିକ କନଭୋକେସନରେ ତାଙ୍କୁ ଏହି ଉପଧୀରେ ଭୂଷିତ କରାଯିବ । ଏନେଇ ବିଶ୍ବବିଦ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଡିଲିଟ ଉପାଧି ପାଇବା ପରେ ଡକ୍ଟର ଦାଶ ଖୁସି ପ୍ରକଟ କରିବା ସହ ରିସର୍ଚ୍ଚ କରୁଥିବା ବ୍ୟକ୍ତିମାନେ କଠିନ ପରିଶ୍ରମ କରିବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି । ଏହି ସ୍ବଳ୍ପଭାଷୀ ଅଫିସର ପୂର୍ବରୁ ମୁଖ୍ୟମନ୍ତ୍ରୀ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

18 − one =