କେନ୍ଦ୍ରାପଡା ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ନବୀନ

କେନ୍ଦ୍ରାପଡ଼ା (): କେନ୍ଦ୍ରାପଡ଼ା ପ୍ରତି ବିଜୁ ବାବୁଙ୍କର ଥିଲା ସ୍ୱତନ୍ତ୍ର ଭାବାବେଗ । ଏହି ଦୃଷ୍ଟିରୁ ତାଙ୍କ ସୁପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ାକୁ ନିଜର ପରବର୍ତ୍ତୀ କର୍ମସ୍ଥଳୀ ବୋଲି ଘୋଷଣା କରିଥିଲେ । ବାତ୍ୟା ‘ଫନି’ ଉପକୂଳ ଓଡ଼ିଶାରେ କେନ୍ଦ୍ରାପଡା ସମେତ ୫ଟି ଜିଲ୍ଲାକୁ ଧ୍ୱସ୍ତବିଧ୍ୱସ୍ତ କରିବାର ଅଳ୍ପ କିଛି ଦିନ ପୂର୍ବରୁ ନବୀନ ଏହି ଘୋଷଣା କରିଥିଲେ । ବାତ୍ୟା ପରେ ନବୀନ ଆଜି କେନ୍ଦ୍ରାପଡା ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ସହ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ରାଶି ବାଣ୍ଟିବା ପ୍ରକ୍ରିୟା ଆରମ୍ଭ କରି ନିଜର ସେହି ପ୍ରତିଶ୍ରୁତି ପାଳନ କରିଛନ୍ତି । କେନ୍ଦ୍ରାପଡାକୁ ନିଜର କର୍ମସ୍ଥଳୀ କରିବାର ପ୍ରତିଶ୍ରୁତି କେବଳ ପ୍ୟାକେଜ କି ସହାୟତା ରାଶି ବାଣ୍ଟିବାରେ ସୀମିତ ହୋଇ ରହିନାହିଁ । କେନ୍ଦ୍ରାପଡାର ବାତ୍ୟା ଆଶ୍ରୟସ୍ଥଳୀ ଓ ବିଦ୍ୟୁତ୍ ଭିତ୍ତିଭୂମିକୁ ଆଗାମୀ ଦିନରେ ବାତ୍ୟା ପ୍ରତିରୋଧକ କରିବା ଦିଗରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି । କାରଣ ଉପକୂଳ ଓଡିଶାରେ ଜଗତସିଂହପୁର ଓ କେନ୍ଦ୍ରାପଡା ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ।

ଆଜି ମୁଖ୍ୟମନ୍ତ୍ରୀ ଅଚାନକ କେନ୍ଦ୍ରାପଡ଼ା ଗସ୍ତରେ ଯାଇ ଫନି ପରବର୍ତ୍ତୀ ରିଲିଫ ଓ ପୁନର୍ଗଠନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଆଜି ଅପରାହ୍ନରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ସମୀକ୍ଷା ବୈଠକର ଆୟୋଜନ ହୋଇଥିଲା । ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦ୍ରାପଡାରେ ପାନୀୟ ଜଳ ଓ ବିଜୁଳି ଯୋଗାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ବିଭିନ୍ନ ବିଭାଗରେ କ୍ଷୟକ୍ଷତି ଅ ।କଳନ କରାଯିବା ପରେ ବାତ୍ୟା କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ମିଳିବ । ନିର୍ବାହୀଯନ୍ତ୍ରୀ ସେସୁ ଜିଲ୍ଲାରେ ବିଦ୍ୟୁତ୍ ସେବା ଯୋଗାଇ ଦେଇଛନ୍ତି । ଜିଲ୍ଲାର କ୍ଷତିଗ୍ରସ୍ତ ମତ୍ସ୍ୟଚାଷୀଙ୍କୁ ମତ୍ସ୍ୟ ସମ୍ପଦ ତଥା ଚାଷର ସୁରକ୍ଷା ପାଇଁ ଔଷଧ ଯୋଗାଇ ଦିଆଯାଇଛି । କ୍ଷତିଗ୍ରସ୍ତ କୃଷକମାନଙ୍କୁ ଆସନ୍ତା ଖରିଫ ଓ ରବି ଚାଷ ପାଇଁ ବିହନ ଓ ମିନିକିଟ୍ ଯୋଗାଇ ଦିଆଯିବ । ସମ୍ବେଦନଶୀଳ ଅଂଚଳରେ ୩୦ଟି ବାତ୍ୟା ଆଶ୍ରୟସ୍ଥଳ ସ୍ଥଳ ନିର୍ମାଣ ହେବ । ପ୍ରତି ବାତ୍ୟା ଆଶ୍ରୟସ୍ଥଳରେ ୨ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି କ୍ଷତିଗ୍ରସ୍ତ ଅଙ୍ଗନୱାଡି କେନ୍ଦ୍ର, ସ୍କୁଲ ବିଲଡିଂ, ପଞ୍ଚାୟତସ୍ତରରେ ସାଧାରଣ ଲୋକବ୍ୟବହାର କରୁଥିବା ସମ୍ପତ୍ତିର ପୁନରୁଦ୍ଧାର ପାଇଁ ୨ଲକ୍ଷ ଟଙ୍କାର ସହାୟତା ଦିଅ ।ଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି), ଚାଷୀ ଓ ମତ୍ସ୍ୟଜୀବୀଙ୍କୁ ତୁରନ୍ତ ସହାୟତା ପ୍ୟାକେଜ ଦିଅ ।ଯାଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କ୍ଷତିଗ୍ରସ୍ତ ଛତୁ ଚାଷୀ, ସ୍ୱଂୟ ସହାୟକ ଦଳ, କୁକୁଡା ଚାଷୀଙ୍କୁ ମଧ୍ୟ କ୍ଷତିପୂରଣ ପ୍ରଦାନ କରାଯିବ ।

ଏହି ପରିପେକ୍ଷ୍ରୀରେ ବାତ୍ୟାରେ ମୃତ୍ୟୁବରଣ କରିଥିବା ଡମ୍ବୁରଧର ଦାସଙ୍କୁ ପରିବାରକୁ ୪ ଲକ୍ଷ ଟଙ୍କାର ଚେକ୍, ଘର ଭଙ୍ଗା ପାଇଁ ଲକ୍ଷ୍ମୀପ୍ରିୟା ସାହୁଙ୍କୁ ୯୫,୧୦୦ ଟଙ୍କା, ଶ୍ରଦ୍ଧା ସବୁରୀ ସ୍ୱଂୟ ସହାୟକ ଦଳ ଓ ମା’ ସାରଳା ସ୍ୱଂୟ ସହାୟକ ଦଳଙ୍କୁ ଛତୁ ଚାଷ କ୍ଷତିଗ୍ରସ୍ତ ପାଇଁ ୬୫ ହଜାର ଟଙ୍କା, ଅଷ୍ଟଶମ୍ଭୁ ବାଲୁଙ୍କେଶ୍ୱର ସ୍ୱୟଂ ସହାୟକ ଦଳକୁ ତରଭୁଜ ଚାଷ କ୍ଷତି ପାଇଁ ୫୫ ହଜାର ଟଙ୍କା, ମା’ ଶାରଳା ସ୍ୱୟଂସହାୟକ ଦଳକୁ ଆଂଶିକ ଛତୁ ଚାଷ କ୍ଷତି ପାଇଁ ୩୫ ହଜାର ଟଙ୍କା, ସୁରେଶଚନ୍ଦ୍ର ସେଠୀଙ୍କ ଡଙ୍ଗା ଓ ଜାଲ ନଷ୍ଟ ପାଇଁ ୧୨ ହଜାର ୨୦୦ ଟଙ୍କା, ଦଇତାରି ବେହେରାଙ୍କ ଆଂଶିକ ଡଙ୍ଗା ଓ ଜାଲ ନଷ୍ଟ ପାଇଁ ୬,୭୦୦ ଟଙ୍କା, ଖଗେଶ୍ୱର ସ୍ୱାଇଁଙ୍କ ଆମ୍ବ, ନଡିଆ ଚାଷ ଔଷଧକରଣ ପାଇଁ ୧,୮୮୭ ଟଙ୍କା, ତ୍ରୈଲୋକ୍ୟ ପ୍ରଧାନଙ୍କୁ ଆମ୍ବ ନଡ଼ିଆ ଚାଷରେ ଔଷଧକରଣ ପାଇଁ ୧,୮୮୭ ଟଙ୍କା, ବୃନ୍ଦାବନ ପରିଡାଙ୍କୁ ଆମ୍ବ ଓ ନଡିଆ ଚାଷରେ ଔଷଧକରଣ ପାଇଁ ୧,୮୮୭ ଟଙ୍କା, ମନୋରଞ୍ଜନ ଜେନାଙ୍କୁ ଆମ୍ବ ଓ ନଡିଆ ଚାଷରେ ଔଷଧକରଣ କରିବା ପାଇଁ ୧,୮୮୭ ଟଙ୍କା, ଭାସ୍କର ବିଶ୍ୱାଳଙ୍କୁ ଆମ୍ବ ଓ ନଡିଆ ଗଛର ଔଷଧିକରଣ ପାଇଁ ୧,୮୮୭ ଟଙ୍କାର ଚେକ୍ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ ।

ରାଜ୍ୟ ସରକାରଙ୍କ ଯୋଜନାରେ ଯେପରି କୌଣସି ହିତାଧିକାରୀ ବାଦ ନପଡ଼ନ୍ତି ସେଥିପ୍ରତି ଦୃଷ୍ଟି ଦେବା ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥିତ ସମ୍ମିଳନୀ କକ୍ଷରେ ବାତ୍ୟା “ଫନି’ ସମୀକ୍ଷା କରି ନବୀନ ପଟ୍ଟନାୟକଙ୍କ ଘୋଷଣା କରିଛନ୍ତି, କେନ୍ଦ୍ରାପଡ଼ାରେ ବିଜୁଳି ଓ ପାନୀୟ ଜଳ ସ୍ୱାଭାବିକ ହୋଇଛି ।ଏହା ସହିତ ମହିଳା ଏସଏଚଜି, ଚାଷୀ, ମତ୍ସ୍ୟଜୀବୀଙ୍କୁ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ତୁରନ୍ତ ସହାୟତା ପ୍ୟାକେଜ୍ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । କେହି ଯୋଗ୍ୟ ହିତାଧିକାରୀ ଯେମିତି ବଞ୍ଚିତ ନହେବେ ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ବୈଠକେ ଫନୀ ବାତ୍ୟା ପରିଚାଳନା ପାଇଁ କେନ୍ଦ୍ରାପଡ଼ା ପାଇଁ ନିୟୋଜିତ ସ୍ୱତନ୍ତ୍ର ଅଧିକାରୀ ତଥା ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନା, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ଭି.କାର୍ତ୍ତିକେୟନ ପାଣ୍ଡିଆନ୍, ଜିଲ୍ଲାପାଳ ପ୍ରେମଚନ୍ଦ ଚୌଧୁରୀ, ଆରକ୍ଷୀ ଅଧିକ୍ଷକ ନୀତିଶେଖର, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ଜରୁରୀ ଅôଧକାରୀଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିବାସୀମାନେ ଯୋଗଦାନ କରିଥିଲେ ।

Share

Leave a Reply

Your email address will not be published. Required fields are marked *

9 + twenty =