ରାଜନୀତି କରିବେ ଦୌଡ଼ରାଣୀ

ଭୁବନେଶ୍ବର() ରାଜନୀତିର ମୈଦାନରେ ନିଜର ଭାଗ୍ୟ ଚମକାଇବାକୁ ମନ ବଳାଇଛନ୍ତି ଦୌଡ଼ରାଣୀ ଦୂତୀ ଚାନ୍ଦ ।ଏନେଇ ଖୋଦ୍ ଦୂତୀ ଚାନ୍ଦ ତାଙ୍କ ଟୁଇଟର ପେଜରେ ପୋଷ୍ଟ କରି କହିଛନ୍ତି ।

ଦୂତୀ ଲେଖିଛନ୍ତି କି, ପିଲାଟି ବେଳୁ ମୋର ଖେଳ ସହିତ ରାଜନୀତି ପ୍ରତି ମଧ୍ୟ ଦୁର୍ବଳତା ରହିଥିଲା । ଏପରିକି ମୋର ପରିବାର ବି ତୃଣମୂଳ ସ୍ତରରେ ରାଜନୀତି ସହ ଜଡିତ ଅଛନ୍ତି ଥିବା କହିଛନ୍ତି ଦୂତୀ ।ଦୂତୀ ଆହୁରି କହିଛନ୍ତି ତାଙ୍କ ମା’ମଧ୍ୟ ଦୁଇ ଦୁଇ ଥର ସରପଂଚ ହୋଇଥିଲେ ।

ଅଳ୍ପ ଦିନ ପୂର୍ବରୁ ନିଜ ବାନ୍ଧବୀଙ୍କୁ ବିବାହ କରିବେ ବୋଲି କହି ଚର୍ଚା ଘେରକୁ ଆସିଥିଲେ ଏହି ଓଡିଆ ଆଥଲେଟ୍ ।

Share

Leave a Reply

Your email address will not be published. Required fields are marked *

ten + 2 =