ହାଇଦରର ୩ ସହଯୋଗୀଙ୍କୁ ଗିରଫ କଲା ପୋଲିସ

କଟକ: ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ୩ ସହଯୋଗୀ ଗିରଫ । ୩ ଗିରଫଙ୍କ ମଧ୍ୟରେ ଜଣେ ଯୁବତୀ ରହିଛନ୍ତି । ସମସ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ତେବେ ଗିରଫ ହୋଇଥିବା ଯୁବତୀଙ୍କ ଘର ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳର ବୋଲି ସୂଚନା ମିଳିଛି । ଏମାନେ ସମସ୍ତେ ହାଇଦର ସଂସ୍ପର୍ଶରେ କିପରି ଆସିଲେ ଏବଂ ହାଇଦର ଫେରାର କରାଇବାରେ କିପରି ସହାୟତା କରିଥିଲେ ତାହାର ପତ୍ତା ଲଗାଇବ ପୋଲିସ ।

ସେହିଭଳି ହାଇଦର କରୋନାରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ତାକୁ ଚୌଦ୍ୱାର ଜେଲର ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଛି । ହାଇଦର ସୁସ୍ଥ ହେବା ପରେ ଓ ରିପୋର୍ଟ ନେଗେଟିଭ୍ ଆସିବା ପରେ ପୋଲିସ ସାନି ରିମାଣ୍ଡ ପାଇଁ ଆବେଦନ କରିବ ବୋଲି କହିଛି କମିଶନରେଟ ପୋଲିସ ।ଏହା ସହିତ ହାଇଦରକୁ ଫେରାର କରାଇବା ଘଟଣାରେ ଗିରଫ ହୋଇଥିବା ୨ ଯୁବକ ଏବଂ ଜଣେ ଯୁବତୀକୁ ରିମାଣ୍ଡରେ ନେବାକୁ ଆବେଦନ କରିପାରେ ପୋଲିସ |

Share

Leave a Reply

Your email address will not be published. Required fields are marked *

thirteen + three =