ପୁଣି ବିଜେଡିକୁ ଫେରିଲେ ମୁକୁନ୍ଦ ସୋଡ଼ି

ଭୁବନେଶ୍ବର (): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ନେତୃତ୍ବ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ମାଲକାନଗିରି ପୂର୍ବତନ ବିଧାୟକ ତଥା ବିଜେପି ନେତା ମୁକୁନ୍ଦ ସୋଡ଼ି, ଭେଙ୍କଟକଲାମ ସରପଞ୍ଚ ଦେବ ମାଡ଼କାମି, ଭେଗନବାଡ଼ା ସମିତି ସଭ୍ୟ ହରିବନ୍ଧୁ ହନ୍ତାଳ, ପଦ୍ମଗିରି ପୂର୍ବତନ ସରପଞ୍ଚ ଅର୍ଜୁନ ମାଡ଼କାମି, ବିଜେପି ନେତା ଶମ୍ବୁ ବାଦୋଇ, ଠାକୁର ସରକାର, ମୁଡ଼ା ମାଡ଼କାମି, ସମରେଶ ମଣ୍ଡଳ, ଶ୍ରୀନିବାସ ସରକାର, ସୁବାସ ମଣ୍ଡଳ, କିରଣମୟୀ ସରକାରଙ୍କ ସମେତ ୨୦୦ରୁ ଉର୍ଦ୍ଧ୍ବ ବିଜେପି ଓ କଂଗ୍ରେସ କର୍ମୀ ନବୀନ ନିବାସରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବା ମୁକୁନ୍ଦଙ୍କ ସମେତ ସମସ୍ତ କର୍ମୀଙ୍କୁ ବିଜେଡି ସଭାପତି ସ୍ବାଗତ କରିବା ସହ କହିଥିଲେ ଯେ ଆଜି ଶ୍ରୀ ସୋଡ଼ି ବିଜୁ ଜନତା ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ମାଲକାନଗିରି ଜିଲ୍ଲା ସହ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ।

ଏହି ଅବସରରେ ଶ୍ରୀ ସୋଡ଼ି କହିଥିଲେ ଯେ ବିଚ୍ଛିନ୍ନାଞ୍ଚଳକୁ ସ୍ବାଭିମାନ ଅଞ୍ଚଳରେ ପରିଣତ କରିଥିବା ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶଗତ କାର୍ଯ୍ୟଧାରାକୁ ଦେଖି ଏବଂ ମାଲକାନଗିରି ଜିଲ୍ଲାର ବିକାଶରେ ଅନୁପ୍ରାଣିତ ହୋଇ ଆଜି ପୁଣିଥରେ ମୁଁ ମୋ ଘରକୁ ଫେରିଛି । ଆଗକୁ ଜଣେ ସକ୍ରିୟ କର୍ମୀ ଭାବରେ ବିଜୁ ଜନତା ଦଳକୁ ଜିଲ୍ଲାରେ କିଭଳି ମଜଭୁତ କରାଯିବ, ସେଥିପାଇଁ ମୁଁ ସ୍ବତନ୍ତ୍ର ଦୃଷ୍ଟି ଦେଇ କାର୍ଯ୍ୟ କରିବି ।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ନେତୃତ୍ବ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣ୍ଟାବାଞ୍ଜି, ତୁରେଇକେଲା, ମୁରିବାହାଲ ବ୍ଲକ କଂଗ୍ରେସ ଓ ବିଜେପିର ସମିତି ସଭ୍ୟ/ସଭ୍ୟା, ଅନୁସୂଚିତ ଜନଜାତି ପ୍ରତିନିଧିଙ୍କ ସହ ୧୫୦ରୁ ଉର୍ଦ୍ଧ୍ବ କର୍ମୀ ବିଧାୟକ ଏମ୍‍ଡି. ଆୟୁବ ଖାଁଙ୍କ ନେତୃତ୍ବରେ ନବୀନ ନିବାସରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

ଆଜିର ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା, ଜିଲ୍ଲା ସଭାପତି ମାନସ ମାଡ଼କାମି, ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ ଭୂପିନ୍ଦର ସିଂହ, ଜିଲ୍ଲା ସଂଯୋଜକ ପ୍ରକାଶ ମହାନ୍ତି, କୃଷକ ସେଲ୍‍ ଜିଲ୍ଳା ସଭାପତି ସୁବାସ ବାନାର୍ଜୀ, ବିଜେଡି ନେତା ଡାନିଏଲ୍‍ ପୋଟ୍‍ଲା, ଜିଲ୍ଲା ସଂପାଦକ ଅଶୋକ ପାଲ୍‍, ଯୁବ ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ରୁଦ୍ର ପାତ୍ରଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

3 + three =