ଆଇଓସିଏଲରେ ପୋଲିସ-ଜନତା ଖଣ୍ଡଯୁଦ୍ଧ

ଆଇଓସିଏଲରେ ଜମିହରା ଲୋକ ଓ ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ ଘଟି ଆଜି ପରାଦୀପରେ ଅସାନ୍ତ ପରିବେଶ ସୃଷ୍ଟି ହୋଇଛି । ଆସନ୍ତା ୬ତାରିଖ ଦିନ ଏଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେତେକ ନୂଆ ପ୍ରକଳ୍ପର ଉଦଘାଟନ କରିବାକୁ ଆସୁଥିବା ବେଳେ ଜମିହରା ଲୋକଙ୍କ ପକ୍ଷରୁ ସ୍ଥାନୀୟ ଆଇଓସିଏଲ ଅଫିସ ଆଗରେ ଧାରଣା ଦିଆଯାଇଥିଲା । କିନ୍ତୁ ୬ତାରିଖରେ କେନ୍ଦ୍ରମନ୍ତ୍ରୀଙ୍କ ପାରାଦୀପ ଗସ୍ତକୁ ଦୃଷ୍ଟିରେ ରଖି ଏହି ଧାରଣାକାରୀ ମାନଙ୍କୁ ଆଜି ସେଠାରୁ ଜବରଦସ୍ଥ ଉଠାଇନିଆ ଯାଇଥିଲା । ଯାହାଫଳରେ ୧୫୦୦ରୁ ଉଦ୍ଧ୍ୱର୍ ସ୍ତ୍ରୀ-ପୁରୁଷ ପିଲାଛୁଆଙ୍କୁ ଧରି ପୋଲିସକୁ ବିରୋଧ କରିବାରୁ ,ସଠାରେ ପୋଲିସ ଓ ଆନେ୍ଦାଳନକାରୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା । ସେମାନଙ୍କର ଦାବି ପୁରଣ ନହେବା ଯାଇଁ ଆନେ୍ଦାଳନ ଚାଲିବ ବୋଲି ଜମିହରା ଏକତାମଂଚ ପକ୍ଷରୁ ଘୋଷଣା କରାଯାଇଛି । ସେଠାରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ।

Share

Leave a Reply

Your email address will not be published. Required fields are marked *

6 + 9 =