ବର୍ଷା ସହ ଘଡ଼ଘଡ଼ି ସମ୍ଭାବନା

ଭୁବନେଶ୍ୱର: ଦୁଇଦିନ ଉତ୍ତର ଓ ଉପକୂଳ ଓଡ଼ିଶାର କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି। ବୁଧବାର ଉତ୍ତର ଓଡ଼ିଶାର ଅନେକ ଜାଗା ଏବଂ ଦକ୍ଷିଣର ଅଳ୍ପ କେତେକ ସ୍ଥାନରେ ବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି। ଗୁରୁବାର ଅନେକ ଜାଗାରେ ବର୍ଷା ସମ୍ଭାବନା ଥିବାବେଳେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକରେ ପ୍ରବଳ ବର୍ଷା ହୋଇପାରେ। ଏହାବାଦ୍ ବହୁ ଜାଗାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ।
ଚଳିତବର୍ଷ ରାଜ୍ୟରେ ମୌସୁମୀ ବର୍ଷା ଅଭାବ ରହିଛି। ଜୁନ ପହିଲାରୁ ଅଗଷ୍ଟ ୧୦ ତାରିଖ ଭିତରେ ରାଜ୍ୟରେ ଯେତିକି ବର୍ଷା ହେବା କଥା, ତା’ଠାରୁ ୨୯% କମ୍ ବର୍ଷା ହୋଇଛି। ୨୨ଟି ଜିଲ୍ଲାରେ ବର୍ଷା ନିଅଣ୍ଟିଆ ଅଛି । ବର୍ଷା ଅଭାବରୁ ଚାଷ କାମ ଗୁରୁତର ଭାବେ ପ୍ରଭାବିତ ହୋଇଛି। ମରୁଡ଼ି ଆଶଙ୍କା ଦେଖାଦେଇଛି।

Share

Leave a Reply

Your email address will not be published. Required fields are marked *

three × five =