2019-20 ପାଇଁ ରାଜ୍ୟ ବଜେଟର ରୂପରେଖ କଣ ହେବ … ଜାଣନ୍ତୁ

ଭୁବନେଶ୍ୱର () ଆସନ୍ତା ବଜେଟ ଅଧିବେଶନରେ ରାଜ୍ୟ ସରକାର 2019-20 ଆର୍ଥିକ ବର୍ଷର ପ୍ରଥମ 4 ମାସ ପାଇଁ ଆଣିବେ କାମଚଳା ବଜେଟ । କିନ୍ତୁ ବ୍ୟବସ୍ଥା ଅନୁଯାୟୀ ସରକାର ସମ୍ପୂର୍ଣ୍ଣ ବଜେଟ ଆକଳନ କରି ପ୍ରଥମ ଚାରିମାସ ପାଇଁ ବ୍ୟୟ ମଞ୍ଜୁରୀ ଆଣିବେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ବଜେଟକୁ ଅନୁମୋଦନ ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ 2019-20 ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ମୂଳ ବଜେଟ ଆକାରକୁ ପ୍ରାୟ 1ଲକ୍ଷ 32 ହଜାର 660 କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି । 2018-19ରେ ରାଜ୍ୟ ସରକାର 1ଲକ୍ଷ 20ହଜାର 28 କୋଟି ଟଙ୍କାର ମୂଳ ବଜେଟ ଆଗତ କରିଥିଲେ । ଚଳିତ ବର୍ଷ ରାଜ୍ୟ ସରକାର ମୂଳ ବଜେଟର ଆକରରେ ପ୍ରାୟ 10 ପ୍ରତିଶତ ବୃଦ୍ଧି କରିବେ ।

ତେବେ ଆଗକୁ ନିର୍ବାଚନ ଥିବାରୁ ସରକାର ପ୍ରଥମ ଚାରିମାସ ପାଇଁ କାମଚଳା ବଜେଟ ଉପରେ ବ୍ୟୟ ମଂଜୁରୀ ଆଣିବେ । ସୂଚନା ଅନୁଯାୟୀ ପ୍ରାୟ 52 ହଜାର କୋଟି ଟଙ୍କାର କାମଚଳା ବଜେଟ ଆସିବ ।

ଏଥିରେ ପୂର୍ବରୁ ଘୋଷଣା କରିଥିବା ବିଭିନ୍ନ ଯୋଜନା ବାବଦରେ ଅର୍ଥ ବରାଦ କରିବେ । କାଳିଆ ଯୋଜନାରେ ଆସନ୍ତା  ତିନି ବର୍ଷରେ ୧୦ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ ଥିବାରୁ ଏହି ବଜେଟରେ ଅର୍ଥ ବରାଦ ହେବ । ଏହା ସହ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା, ବିଜୁ ଯୁବ ବାହୀନ, ପିଠା, ପାନୀୟ ଜଳ ଯୋଗାଣ ଆଦି ଲୋକାଭିମୁଖୀ ଯୋଜନା ପାଇଁ ଅର୍ଥ ବରାଦ କରିପାରନ୍ତି ରାଜ୍ୟ ସରକାର । ଏଥିସହିତ ନିର୍ବାଚନ ଖର୍ଚ୍ଚ ଏବଂ ବିପର୍ଯ୍ୟୟ ପାଣ୍ଠି ପାଇଁ ମଧ୍ୟ ଶତ ପ୍ରତିଶତ ବ୍ୟୟ ବରାଦ କରାଯିବ ।

Share

Leave a Reply

Your email address will not be published. Required fields are marked *

sixteen + fifteen =