ଖାଲି ପିଉଛନ୍ତି କି ଗ୍ରୀନ୍ ଟି ? ପିିଇବା ସହ ଲଗାନ୍ତୁ ଏହି ସ୍ଥାନରେ

ଆଜିକାଲି ଦୁନିଆରେ ପ୍ରଦୂଷଣର ମାତ୍ରା ଏତେ ମାତ୍ରାରେ ଦିନକୁ ଦିନ ବଢିବାରେ ଲାଗିଛି ଯାହା ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଖାସ୍ କରି ମଣିଷ ଉପରେ ଏହାର ବେଶି କୁପ୍ରଭାବ ପଡୁଥିବାର ଦେଖିବାକୁ ମିଳୁଛି ।
ସବୁ ଋତୁ ମାନଙ୍କ ମଧ୍ୟରୁ ବିଶେଷ ଭାବେ ଶୀତ ଋତୁରେ ବାୟୁମଣ୍ଡଳରେ ଅଧିକ ମାତ୍ରାରେ ପ୍ରଦୂଷଣ ମାତ୍ରା ପରୀଲିକ୍ଷିତ ହୋଇଥାଏ । ଯାହାଫଳରେ ଏହାର କୁପ୍ରଭାବ ବିଶେଷ କରି କେଶ ଉପରେ ପଡିଥାଏ । କେଶ ଝଡିବା ରୂପୀ ହେବା ଆଦି ସମସ୍ୟା ଦେଖାଦେଇଥାଏ । ତେବେ ଏହି ସମସ୍ୟା ଘରେ ଘରେ ପ୍ରାୟ ସମସ୍ତଙ୍କଠାରେ ଦେଖିବାକୁ ମିଳିଥାଏ । ତେଣୁ ଏହି ସମସ୍ୟାକୁ ନେଇ ଆଉ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଏହାର ସରଳ ଉପାୟ ଆମେ ଆପଣଙ୍କୁ କହିବୁ । ଯାହାକୁ ଅତିସହଜରେ ଘରେ ରହି ଆପଣ ବ୍ୟବହାର କରି ଆପଣଙ୍କ କେଶର ସମସ୍ୟାକୁ ଦୁର କରିପାରିବେ। ଏହା ମୁଖ୍ୟ ଉପାଦାନଟି ହେଉଛି ଗ୍ରୀନ୍ ଟି । ଏହାର ବ୍ୟବହାର କରି ଆପଣ ଆପଣଙ୍କ କେଶ ଝଡିବାକୁ ରୋକି ପାରିବେ ।
– ପ୍ରଥମେ ଅଧା ଲିଟର ପାଣି ନିଅନ୍ତୁ । ସେଥିରେ ପ୍ରାୟ ୩ ରୁ ୪ଟି ଗ୍ରୀନ୍ ଟି ବ୍ୟାଗ୍ ନେଇ ୧୦-୧୫ମିନିଟ୍ ବୁଢ଼ାଇ ରଖନ୍ତୁ । ଏହା ପରେ ପ୍ରଥମେ କେଶକୁ ଭଲ ଭାବେ ସାମ୍ପୋ କରି ସଫା କରିଦିଅନ୍ତୁ । ଏହାପରେ ଏହି ଗ୍ରୀନ୍ ଟିର ପାଣିକୁ ନେଇ ପୁନଶ୍ଚ କେଶକୁ ଭଲ ଭାବରେ ଧୋଇଦିଅନ୍ତୁ। ଏହା ପରେ ସାଧା ପାଣିରେ କେଶକୁ ଧୋଇ ଭଲ ଭାବେ କେଶକୁ ଫୋଛିଦିଅନ୍ତୁ । ଏପରି ମାସକୁ ୨ ରୁ ୩ ଥର କରିବା ଦ୍ୱାରା ଦେଖିବେ କିପରି ଆପଣଙ୍କ କେଶରେ ଫରକ ଆସିବ ।
– କିଛି ଗ୍ରୀନ୍ ଟି ପାଉଡ଼ର ନେଇ ସେଥିରେ କିଛି ପାଣି ମିଶାଇ ବହଳିଆ ଭାବେ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହାପରେ ସେଥିରେ ଏକ ଅଣ୍ଡାକୁ ଫଟାଇ ଭଲଭାବେ ଗ୍ରୀନ୍ ଟିର ମିଶ୍ରଣ ସହିତ ମିଶାଇ ଦିଅନ୍ତୁ । ଦୁଇଟି ଜିନିଷକୁ ଭଲ ଭାବରେ ମିଶାଇବା ପରେ ଏହାକୁ ଦୁଇ ହାତରେ ଭଲ ଭାବେ ନେଇ କେଶରେ ମାଲିସ ବା ମସାଜ କରନ୍ତୁ । ଏହାପରେ ପାଖାପାଖି ଏକ ଘଣ୍ଟା ତାକୁ ଶୁଖିବା ପାଇଁ ଛାଡିଦିଅନ୍ତୁ । ଶୁଖିଯିବା ପରେ ଯେକୌଣସି ସଲ୍ଫେଟ୍ ମୁକ୍ତ ସାମ୍ପୋରେ କେଶକୁ ଭଲ ଭାବେ ଧୋଇ ନିଅନ୍ତୁ । ଦେଖିବେ ଏପରି କରିବା ଦ୍ବାରା ଆପଣଙ୍କ କେଶରେ ଥିବା ସମସ୍ୟା ଦୁର ହୋଇଯିବା ସହ କେଶର ଚମକକୁ କିପରି ବଢାଇଦବ ।
– ଗୋଟେ ପାତ୍ରରେ ଗ୍ରୀନ୍ ଟି ପ୍ରସ୍ତୁତ କରନ୍ତୁ । ଏହାପରେ ଏହି ଟିରେ କିଛି ଲେମ୍ବୁର ରସ ଏବଂ କିଛି ନଡିଆ ତେଲ ଭଲ ଭାବେ ମିଶାଇ ଦିଅନ୍ତୁ । ଏହି ମିଶ୍ରଣକୁ ଆପଣଙ୍କ କେଶରେ ପ୍ରାୟ ୪ ରୁ ୫ମିନିଟ୍ ପଯ୍ୟନ୍ତ ମାଲିସ କରି ଅଧଘଣ୍ଟା ପାଇଁ ଛାଡିଦିଅନ୍ତୁ । ଏହାପରେ କେଶକୁ ଭଲ ଭାବେ ଧୋଇଦିଅନ୍ତୁ । ଏହାପରେ ଆପଣ ଆପଣଙ୍କ କେଶରେ ଆସିଥିବା ଫରକକୁ ବେଶ୍ ଭଲ ଭାବେ ଜାଣି ପାରିବେ ।

Share

Leave a Reply

Your email address will not be published. Required fields are marked *

two × 2 =