ଇଦ-ଉଲ-ଜୁହା ଉପଲକ୍ଷେ ପ୍ରଧାନମନ୍ତ୍ରୀ ଓ ମଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର()  ଇଦ-ଉଲ-ଜୁହା ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ମୁସଲମାନ ସମ୍ପ୍ରଦାୟର ଭାଇଭଉଣୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ, ଏଭଳି ଏକ ପବିତ୍ର ଦିନ ସମାଜରେ ଶାନ୍ତି ଓ ସୌହାଦ୍୍ ପ୍ରତିଷ୍ଠା କରିବାରେ ସମସ୍ତଙ୍କୁ ଅନୁପ୍ରାଣିତ କରିବ  ଏବଂ ସେମାନଙ୍କ ମଧ୍ୟରେ ଦୟା କରୁଣା ଓ ଭାତୃଭାବକୁ ଜାଗ୍ରତ କରିବ ବୋଲି ସେ ଆଶାାପ୍ରକାଶ କରିଛନ୍ତି ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଓଡିଶାର  ସଂଖ୍ୟାଲଘୁ ମୁସଲମାନ ଭାଇଭଉଣୀ ମାନଙ୍କୁ ଇଦ-ଉଲ-ଜୁହା ଉପଲକ୍ଷେ ଅଭିନନ୍ଦନ ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ,ଇଦୁଲଜୁହା ମୁସଲିମ ଭାଇଭଉଣୀ ମାନଙ୍କ ମଧ୍ୟରେ ଶାନ୍ତି,ଭାତୃଭାବ,ଦୟା କରୁଣାକୁ ଦୃଢିଭୁତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

three + 20 =