ବିଶ୍ୱକର୍ମା ମାହାରଣା ଓ ସେବାୟତମାନଙ୍କର ହେବ କରୋନା ପରୀକ୍ଷା

ପୁରୀ() ରଥ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ । ୨୦୦ ଫୁଟ ନିଷିଦ୍ଧାଞ୍ଚଳ ମଧ୍ୟରେ ରଥ ନିର୍ମାଣ କାମ ହେବ । ୧୫୦ରୁ ଅଧିକ ବିଶ୍ୱକର୍ମା ମାହାରଣାଙ୍କର ହେବ ସ୍ୱାସ୍ଥ୍ୟ ପରୀକ୍ଷା । ସମସ୍ତଙ୍କୁ ଭକ୍ତ ନିବାସରେ ରଖାଯିବା ସହ ଖାଦ୍ୟପେୟ ବ୍ୟବସ୍ଥା କରାଯିବ । ଏହାସହ ବସ ଯୋଗେ ବିଶ୍ୱକର୍ମା ମହାରଣାମାନଙ୍କୁ ରଥଖଳାକୁ ନିଆଯିବ । ଅନ୍ୟପଟେ ସେବାୟତମାନଙ୍କର ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଆଜି ସେବାୟତ ଓ ମହାରଣାମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତାବ ଦେଇଥିଲେ । ଉଭୟ ପକ୍ଷରୁ ଆଲୋଚନା ହେବା ପରେ ମୁଖ୍ୟ ପ୍ରଶାସକ କି୍ରଷନ କୁମାର ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

12 + fifteen =