୩ ମାଓବାଦୀ କଲେ ଆତ୍ମସମର୍ପଣ

ମାଲକାନଗିରି ପୋଲିସକୁ ବଡ ସଫଳତା । ସ୍ୱାଭିମାନ ଅଞ୍ଚଳରେ ଠାବ ହୋଇଛି ବଡ ଧରଣର ମାଓ କ୍ୟାମ୍ପ । ମାଓ ଶିବିରରୁ ମିଳିଛି ବିପୁଳ ପରିମାଣର ମାଓ ସାମଗ୍ରୀ । ଯାହା ମଧ୍ୟରେ ରହିଛି ୪ଟି ବନ୍ଧୁକ ଗୋଟିଏ ପିସ୍ତଲ ୧୪ଟି ଲ୍ୟାଣ୍ଡମାଇନ ଅଫୁଟା ଗୁଳି ୬ ଟି ରକେଟ ଲଞ୍ଚର ନକ୍ସଲ ପୋଷାକ ମେଡିସିନ୍ ଓ ପ୍ରଚାର ପତ୍ର । ଏହା ସହ ସ୍ୱାଭିମାନ ଅଞ୍ଚଳରେ ଚାଲିଥିବା ପୋଲିସର କାର୍ଯ୍ୟରେ ଖୁସି ହୋଇ ଏଡିଜି ଅପରେସନ ଅମିତାଭ ଠାକୁର ଓ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡାଙ୍କ ନିକଟରେ ତିନି ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

eight + five =