୨ ଜିଲ୍ଲାରେ ଏସଆରସିଙ୍କ ବାତ୍ୟା ପ୍ରସ୍ତୁତି ସମୀକ୍ଷା

ବାଲେଶ୍ଵର: ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି ବାତ୍ୟା ୟସ୍ ।ତେବେ ଆଇଏମ୍ ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ ପାରାଦୀପରୁ ସାଗର ଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ୟସ୍ । ଓଡ଼ିଶାର ପାରାଦୀପରୁ ପଶ୍ଚିମବଙ୍ଗର ସାଗରଦ୍ବୀପ ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ୍ କରିବ ବୋଲି ଆଇଏମ୍ ଡି ମହାନିର୍ଦ୍ଦେଶକ କହିଛନ୍ତି । ସମ୍ଭାବ୍ୟ ବାତ୍ୟା ଯୋଗୁଁ ପ୍ରଭାବିତ ହୋଇପାରେ ଉତ୍ତର ଓଡ଼ିଶାର ଦୁଇଟି ଜିଲ୍ଲା । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବାତ୍ୟା ୨୬ ତାରିଖ ସଂଧ୍ୟା ସୁଦ୍ଧା ପଶ୍ଚିମବଙ୍ଗ ସମେତ ଓଡିଶା ଓ ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିପାରେ । ସେହି ସମୟରେ ଓଡ଼ିଶାର ୨ଟି ଜିଲ୍ଲା ଯଥା ବାଲେଶ୍ୱର ଓ ଭଦ୍ରକ ବିଶେଷଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି ।

ତେବେ ଏହି ୨ ଜିଲ୍ଲାରେ ପ୍ରଶାସନ ପକ୍ଷରୁ କିଭଳି ପ୍ରସ୍ତୁତି କରାଯାଇଛି ତାର ସମୀକ୍ଷା କରିଛନ୍ତି ଏସଆରସି ପ୍ରଦୀପ ଜେନା । ସ୍ଥିତି ସମୀକ୍ଷା ପାଇଁ ପ୍ରଥମେ ବାଲେଶ୍ୱର ଗସ୍ତ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ବାତ୍ୟା ସମୟରେ କରୋନାକୁ ଦୃଷ୍ଟିରେ କିଭଳି ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯିବ ଏବଂ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯିବ ତାର ଅନୁଧ୍ୟାନ କରିଛନ୍ତି ।ସେହିଭଳି ଭଦ୍ରକରେ ମଧ୍ୟ ବାତ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ଏସଆରସି । ବାତ୍ୟା ୟସକୁ ମୁକାବିଲା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଲୋଚନା କରାଯାଇଥିଲା। ତେବେ ଏହି ବୈଠକରେ ଜିଲ୍ଲାପାଳଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଛନ୍ତି ।ବାତ୍ୟାର ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ।ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର. କଟକ, ଖୋର୍ଦ୍ଧା, ପୁରୀ ଆଦି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରା ଯାଇଛି ।

Share

Leave a Reply

Your email address will not be published. Required fields are marked *

two − 1 =