ଜୁନ ୧ରେ ଘୋଷଣା ହେବ ସିବିଏସଇ ବୋର୍ଡ ପରୀକ୍ଷା ତାରିଖ

ଭୁବନେଶ୍ୱର: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ସମୟରେ ସିବିଏସଇ ଓ ଆଇସିଏସଇ ବୋର୍ଡ ପରୀକ୍ଷାକୁ ନେଇ ଗୁରୁତ୍ବପର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏନେଇ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିୟାଲଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ । ତେବେ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ସିବିଏସଇ ବୋର୍ଡ ପରୀକ୍ଷାକୁ ଜୁନ ୧ରେ ଘୋଷଣା କରାଯିବ । ତେବେ ଚଳିତ ବର୍ଷ କରୋନା କଟକଣାରେ କିପରି ପରୀକ୍ଷା ଆୟୋଜନ ହେବ ସେନେଇ ମନ୍ତ୍ରୀ ରମେଶ ପୋଖରିୟାଲ ଜୁନ ୧ରେ ଗାଇଡଲାଇନ ବାହାର କରିବେ ।

Share

Leave a Reply

Your email address will not be published. Required fields are marked *

18 − 3 =