ମାନସ ସ୍ବାଇଁ ହତ୍ୟା ଘଟଣା,ଶର୍ମିଷ୍ଠାର ଭାଇ ପରମେଶ୍ବରକୁ ଗିରଫକଲା ପୋଲିସ

କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ହତ୍ୟା ଘଟଣାରେ ଗୋଟିଏ ପ​‌ରେ ଗୋଟିଏ ଖିଅ ବାହାର କରୁଛି ପୋଲିସ । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଓ୍ବେବ୍‌ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତ ଫେରାର ଅଛି । ତେବେ ଚାନ୍ଦବାଲି ପୋଲିସ ଏବେ ତାର ଭାଇ ପରମେଶ୍ବରକୁ ଗିରଫ କରିଥିବା ଜଣାପଡିଛି । ପରମେଶ୍ବରକୁ ବିଜୟଓ୍ବାଡାରୁ ଗିରଫ କରିଛି ଚାନ୍ଦବାଲି ପୋଲିସର ସ୍ପେସାଲ ସ୍କ୍ବାଡ୍ । ମାନସ ହତ୍ୟାକାଣ୍ଡ ଘଟଣାରେ ଶର୍ମିଷ୍ଠାକୁ ଫେରାର କରାଇବାରେ ପରମେଶ୍ବର ସହାୟତା କରିଥିବା ପୋଲିସ ଜାଣିବାକୁ ପାଇଥିଲା । ପରେ ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା ।

ମାନସ ହତ୍ୟାକାଣ୍ଡ ଘଟଣାରେ ଏକ ବଡ ରାକେଟ୍‌ ଥିବା ଜାଣିବାକୁ ପାଇଥିଲା ପୋଲିସ । ଏହି ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ନିରଞ୍ଜନ ସେଠୀ, ରଞ୍ଜନ ନାୟକଙ୍କ ସମେତ ପୂର୍ବରୁ ୩ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ଏହି ହତ୍ୟାକାଣ୍ଡ ସମ୍ପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ କରିଛି ପୋଲିସ। ପ୍ରାଥମିକ ତଦନ୍ତ ବେଳେ ଶର୍ମିଷ୍ଠାଙ୍କୁ ୨ ଥର ଡାକି ପଚରାଉଚରା କରାଯାଇଥିଲା ।

ତେବେ ସେତେବେଳେ ପ୍ରମାଣ ଅଭାବରୁ ଶର୍ମିଷ୍ଠାକୁ ଛାଡିଦେଇଥିଲା ପୋଲିସ । ଏବେ କିନ୍ତୁ ସେ ଫେରାର୍‌ । ହତ୍ୟାକାଣ୍ଡର କିଙ୍ଗପିନ୍‌ ଶର୍ମିଷ୍ଠା ରାଉତକୁ ଧରିବାକୁ ଉଦ୍ୟମ ଜାରି ରଖିଛି ଭଦ୍ରକ ପୋଲିସର ସ୍ପେସାଲ ସ୍କ୍ବାଡ୍ । ଭଦ୍ରକ ପୋଲିସର ୪ ଟିମ୍ ରାଜ୍ୟ ବାହାରକୁ ଯାଇଛନ୍ତି । ଦୁଇଟି ଟିମ୍ ବିଜୟୱାଡା ଓ ବିଜୟନଗରମ ଠାରେ ସର୍ଚ୍ଚ କରୁଥିବା ସୂଚନା । ଏ ନେଇ ପୋଲିସ ଆନୁଷ୍ଠାନିକ ଭାବେ କହୁ ନଥିଲେ ମଧ୍ୟ ସୂତ୍ର ଅନୁଯାୟୀ ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

fifteen + twenty =