୧୬ରେ ହେବ କର୍ଣ୍ଣାଟକ ମାମଲାର ଶୁଣାଣି

ବେଙ୍ଗାଲୁରୁ() ବିଦ୍ରୋହୀ ବିଧାୟକଙ୍କ ଇସ୍ତ୍ରଫା ଓ ଅଯୋଗ୍ୟତା ସମ୍ପର୍କରେ ବର୍ତ୍ତମାନ ପାଇଁ କୌଣସି ନିଷ୍ପତି ନ ନେବାକୁ କୋର୍ଟ ଆଜି କହିଛନ୍ତି । ମାମଲାର ଶୁଣାଣି ଆସନ୍ତା ମଙ୍ଗଳବାର ଅର୍ଥାତ୍ ୧୬ ତାରିଖରେ ହେବ । ସୁପ୍ରିମକୋର୍ଟ ବିଦ୍ରୋହୀ ବିଧାୟକଙ୍କ ଉପରେ ମଙ୍ଗଳବାର ଯାଏ କୌଣସି ନିଷ୍ପତ୍ତି ନ ନେବାକୁ କହିବା ପରେ କୁମାରସ୍ୱାମୀ ବିଧାନସଭାରେ ଆସ୍ଥା ଭୋଟ କରିବାକୁ ନିବେଦନ କରିଛନ୍ତି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଗତକାଲି କଡା ସୁରକ୍ଷାରେ ବେଙ୍ଗଲୁରୁ ସ୍ଥିତ ବିଧାନସୌଧରେ ୧୧ ବିଦ୍ରୋହୀ ବିଧାୟକ, ବାଚସ୍ପତି କେ. ଆର ରମେଶଙ୍କୁ ଭେଟିଥିଲେ । ତେବେ ଇସ୍ତଫା ପ୍ରସଙ୍ଗରେ ନିଷ୍ପତି ନେଇନଥିଲେ ବାଚସ୍ପତି ଗତକାଲି ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଇସ୍ତଫା ପ୍ରସଙ୍ଗରେ ନିଷ୍ପତି ନେବାକୁ ଅତିକମରେ ୧୨ ଦିନ ସମୟ ଦେବାକୁ ବାଚସ୍ପତି ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ । ସ୍ୱେଚ୍ଛାକୃତ ଭାବେ ନା ବାଧ୍ୟବାଧକତାରେ ସେମାନେ ଇସ୍ତଫା ଦେଇଛନ୍ତି ତାହା ଜାଣିବା ପାଇଁ ସମୟ ଦରକାର । ଏତେ କମ ସମୟ ମଧ୍ୟରେ ଏହି ଯାଂଚ ଶେଷ ହୋଇପାରିବ ନାହିଁ ବୋଲି ବାଚସ୍ପତି ସୁପ୍ରିମକୋର୍ଟରେ କହଥିଲେି । ଏହାର ଶୁଣାଣି କରି ସୁପ୍ରିମକୋର୍ଟ ଆଜି ୧୬ ତାରିଖ ଯାଏଁ ଯଥାସ୍ଥିତି ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତିା

ସେପଟେ ଆଜିଠାରୁ କର୍ଣ୍ଣାଟକା ବିଧାନସଭା ଅଧିବେଶନ ଆରମ୍ଭ ହୋଇଛି। ୧୧ ଦିନ ଧରି ଏହି ଅଧିବେଶନ ଚାଲିବ। ତେବେ ଆଜି ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଗୃହ ମଧ୍ୟରେ ବାଚସ୍ପତି ରମେଶ କୁମାରଙ୍କୁ ତୁରନ୍ତ ଆସ୍ଥା ଭୋଟ କରାଇବାକୁ ନିବେଦନ କରିଛନ୍ତି। ସେ ଏଥିପାଇଁ ତୁରନ୍ତ ସମୟ ଧାର୍ୟ୍ୟ କରିବାକୁ ବାଚସ୍ପତିଙ୍କୁ କହିଛନ୍ତି। ବାଚସ୍ପତି ଏହି ନିବେଦନର ବିଚାର କରିବେ ବୋଲି କହିଛନ୍ତି।

Share

Leave a Reply

Your email address will not be published. Required fields are marked *

19 − 1 =