ବିଶ୍ୱକପକୁ ଆଉ ରହିଲା ୧୧ ଦିନ

ବିଶ୍ୱକପକୁ ଆଉ ରହିଲା ୧୧ ଦିନ । ଆସନ୍ତା ୩୦ ତାରିଖରୁ ଇଂଲଣ୍ଡରେ ଆରମ୍ଭ ହେବ କ୍ରିକେଟର ମହାକୁମ୍ଭ। ତାପୂର୍ବରୁ ରିଲିଜ ହୋଇଛି ଆଇସିସିର ଅଫିସିଆଲ୍ ସଙ୍ଗ। ଷ୍ଟାଣ୍ଡ ବାଏ ନାମରେ ଏହି ଗୀତଟି ରିଲିଜ ହେବା ପରେ ସୋସିଆଲ୍ ମିଡିଆରେ ଲକ୍ଷ ଲକ୍ଷ ଲୋକ ଦେଖିଲେଣି। ଗୀତଟିକୁ ତିଆରି କରିଛନ୍ତି ନୂଆ କଳାକାର ଲୋରିନ୍ ଓ ବ୍ରିଟେନର ସବୁଠୁ ସଫଳ ଓ ପ୍ରଭାବୀ ରୁଡ଼ିମେଣ୍ଟାଲ ବେଣ୍ଡ। ଆସନ୍ତା ୩୦ ତାରିଖରୁ ଜୁନ୍ ୧୪ ତାରିଖ ପର୍ୟ୍ୟନ୍ତ ଇଂଲଣ୍ଡରେ ଖେଳାଯିବ ୨୦୧୯ ବିଶ୍ୱକପ୍ କ୍ରିକେଟ୍। ଅଂଶଗ୍ରହଣ କରିବେ ବିଶ୍ୱର ଶ୍ରେଷ୍ଠ ୧୦ଟି ଦେଶ। ଏବର୍ଷ ସିଙ୍ଗଲ୍ ଲିଗ୍ ଫର୍ମାଟରେ ଖେଳାଯିବ ବିଶ୍ୱକପ୍। ମୋଟ୍ ୪୫ଟି ମ୍ୟାଚ୍ ଖେଳାଯିବ। ଶ୍ରେଷ୍ଠ ୪ଟି ଟିମ୍ ସିଧାସଳଖ ସେମି ଫାଇନାଲ୍ ଖେଳିବେ।

Share

Leave a Reply

Your email address will not be published. Required fields are marked *

2 + 3 =