ଗଞ୍ଜେଇ ଚାଲାଣ ମାମଲା, ୩ ଅଭିଯୁକ୍ତକୁ ୧୦ ବର୍ଷ ଲେଖାଁଏ କାରାଦଣ୍ଡାଦେଶ

ବୌଦ୍ଧଜିଲା ଦୌରାଜଜ ତଥା ସ୍ପେଶାଲ ଜଜ ବିକ୍ରମ କୁମାର ପ୍ରଧାନ ବୁଧବାର ଦିନ ଏକ ଗଞାଇ ଚାଲାଣ ମାମଲାର ବିଚାର କରି ତିନି ଅଭିଯୁକ୍ତକୁ ଦଶ ବର୍ଷ ଲେଖାଁଏ କାରାଦଣ୍ଡାଦେଶ ପ୍ରଦାନ କରିବା ସହିତ ଏକ ଲକ୍ଷ ଟଙ୍କା ଲେଖାଁଏ ଜରିମାନା ଆଦେଶ ପ୍ରଦାନ କରିଛନ୍ତି। ମାମଲାରୁ ପ୍ରକାଶ ଯେ ଗତ ୧୯.୮,୨୧ ତାରିଖ ସକାଳ ସମୟରେ ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ଇନ୍ସିପେକ୍ଟର ସାଗରୀକା ପ୍ରଧାନଙ୍କ ନେତୃତ୍ୱରେ ପୁରୁଣାକଟକ ଥାନା ଚାରିଛକ ଅଞ୍ଚଳରେ ପୋଟ୍ରୋଲିଙ୍ଗ ଚାଲିଥିବା ବେଳେ ସକାଳ ସମୟରେ ଫୁଲବାଣୀ ପଡୁ ଏକ ଧଳାରଙ୍ଗର ସ୍ପର୍ଫିଓ(ଓଡି ୦୨ ଏସ ୫୫୮୮) ଆସୁଥିଲା। ସନେ୍ଧହରେ ଅବକାରୀ କର୍ମଚାରୀ ସ୍ପର୍ଫିଓ ଗାଡିକୁ ଝାଡରାଜିଙ୍ଗ ନିକଟସ୍ଥ ସ୍ୱାଦିଷ୍ଟ ରେଷ୍ଟୁରାଣ୍ଟ ଠାରେ ଅଟକାଇ ତଲାସି ନିଆଯାଇଥିଲା। ତଲାସି ନେବାରୁ ଗାଡିରୁ ହଲଦିଆ ବସ୍ତାରେ ୨୧ କିଲୋ ଗଞାଇ ଥିବା ଜଣାପଡ଼ିଥିଲା।

ଅବକାରୀ ବିଭାଗ ଗାଡି ସହ ଗଞାଇକୁ ଜବତ କରିଥିଲେ। ଗାଡିରେ ଥିବା କୁଇଲିସୂତା ଗ୍ରାମର ଚନ୍ଦନ ବେହେରା,କମିରା ଗ୍ରାମର ବିରେନ୍ଦ୍ର ପ୍ରଧାନ ଓ ଗାଡିର ଡ୍ରାଇଭର ବାଘପାଲି ଗ୍ରାମର ଲବଣୀ ସେଠୀକୁ ଗିରଫ କରାଯାଇଥିଲା। ପରବର୍ତ୍ତି ସମୟରେ ମାମଲାଟି ଜିଲା ଦୌରାଜଜଙ୍କ ଅଦାଲତରେ ବିଚାର ହୋଇଥିଲା। ବୁଧବାର ଦିନ ଏହିମାମଲାରେ ତିନି ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣ ଥିବା ନେଇ ଅଦାଲତ ତିନି ଅଭିଯୁକ୍ତ ଚନ୍ଦନ ବେହେରା, ବିରେନ୍ଦ୍ର ପ୍ରଧାନ ଓ ଲବଣୀ ସେଠୀକୁ ୧୦ ବର୍ଷ କାରାଦଣ୍ଡାଦେଶ ଶୁଣାଇବା ସହ ୧ ଲକ୍ଷ ଟଙ୍କା ଜୋରିମାନା ଆଦେଶ ପ୍ରଧାନ କରିଛନ୍ତି। ଜରିମାନା ଅନାଦୟ ହେଲେ ଆଉ ଅଧିକ ଏକ ବର୍ଷ ଲେଖାଁଏ କାରାଦଣ୍ଡାଦେଶ ବୋଲି ତାଙ୍କ ରାୟରେ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସରକାରୀ ଓକିଲ ସବିତା କୁମାରୀ ପଣ୍ଡା ପରିଚାଳନା କରିଥିଲେ।

Share

Leave a Reply

Your email address will not be published. Required fields are marked *

fourteen + seven =