ରାଜ୍ୟରେ ୫୭ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର—ତିତଲତ ପ୍ରଭାବରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫୭ ରେ ପହଂଚିଲାଣି ବୋଲେି ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢି ସୂଚନା ଦେଇଛନ୍ତି । ସେ କହିଛନ୍ତି ଏହି ବିପର୍ଯ୍ୟୟରେ ଗଜପତି ଜିଲ୍ଲାରେ ୩୯ଜଣ ଗଂଜାମ ଜିଲ୍ଲାରେ ୧୨ ଜଣ ଏବଂ କନ୍ଧମାଳ ଜିଲ୍ଲାରେ ୨ ଜଣ ପ୍ରାଣ ହରାଇଛନ୍ତି । ନିଖୋଜ ୧୦ ଜଣଙ୍କ ସମ୍ପର୍କରେ ଏବେ ସୁଦ୍ଧା ତଦନ୍ତ ଜାରି ରହିଛି । ସେ କହିଛନ୍ତି ଯେ ଏହି ବିପର୍ଯ୍ୟୟରେ ମୋଟ ୨୨୦୦ କୋଟି ଟଙ୍କାର କ୍ଷତି ହୋଇଛି । କେନ୍ଦ୍ରକୁ ଖୁବ ଶୀଘ୍ର ରିପୋର୍ଟ ପଠାଯିବ ଏବଂ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ କ୍ଷୟକ୍ଷତିର ସମସ୍ତ ରିପୋର୍ଟ ଆସି ପହଂଚିବ ।
ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ଗଂଜାମ ,ଗଜପତି ଓ ରାୟଗଡା ଜିଲ୍ଲାରେ ପରିସ୍ଥିତି କ୍ରମସ ସ୍ୱଭାବିକ ଆଡକୁ ଗତି କରୁଛି ।ସେ ସବୁ ଅଂଚଳରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ବିଦ୍ୟୁତ ସଂଯୋଗ ଓ ଜାତାୟତ ସ୍ୱଭାବିକ ହେବାରେ ଲାଗିଛି ।

Share

Leave a Reply

Your email address will not be published. Required fields are marked *

twenty − nineteen =