ଅନୁକମ୍ପା ରାଶି ୧୦ ଲକ୍ଷକୁ ବୃଦ୍ଧି

ଭୁବନେଶ୍ୱର –ତିତଲି ,ବର୍ଷା ଓ ବନ୍ୟା ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।
ଶ୍ରୀ ପଟ୍ଟନାୟକ ଆଜି ଗଜପତି ଜିଲ୍ଲାର ବାରଘର ଚଂମ୍ପାପୁର ଅଂଚଳ ଗସ୍ତ କରି ତିତଲିର ଭୟାବହତା ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ପ୍ରଭାବିତ ଲୋକମାନଙ୍କୁ ମଧ୍ୟ ଭେଟି ସେମାନଙ୍କ ସହିତ ଆଲୋଚନା କରିଥିଲେ । ଯେଉଁ ମାନଙ୍କର ଘର ଭାଙ୍ଗିଯାଇଛି ସେମାନଙ୍କୁ ବିଜୁ ପକ୍କାଘର ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ସେ ସେଠାରେ କିଛି ହିତାଧିକାରୀଙ୍କୁ ମଧ୍ୟ ଜମି ପଟ୍ଟା ବଂଟନ କରିଛନ୍ତି । ସମ୍ପୃକ୍ତ ଅଂଚଳରେ ପୁନର୍ଗଠନ କାର୍ଯ୍ୟ ତ୍ୱରାନୀତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

15 + 6 =