ମହାନଦୀକୁ ଡେଇଁ ନିଖୋଜ ଥିବା ବ୍ୟକ୍ତି ଉଦ୍ଧାର

ମହାନଦୀକୁ ଡେଇଁ ନିଖୋଜ ଥିବା ବ୍ୟକ୍ତି ଉଦ୍ଧାର  । ସମଲେଇ ମନ୍ଦିର ଘାଟରୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ । ସେଲଫି ନେବାବେଳେ ସମ୍ବଲପୁର ଚାଉଁରପୁର ବ୍ରିଜ୍ ରୁ ଖସି ପଡିଥିଲେ  । ସୂଚନାନୁସାରେ, ଆଜି ସକାଳେ ସମ୍ବଲପୁରରୁ ଏକ  ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଥିଲା ।   ଚାଉଁରପୁର ବ୍ରିଜ ଉପରୁ ଡେଇଁ ବ୍ୟକ୍ତି ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା  । ବ୍ରିଜ ଉପରେ ବ୍ୟକ୍ତି ଜଣଙ୍କ ସ୍କୁଟି ଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଖବର ପାଇ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ମଧ୍ୟ ଆରମ୍ଭ କରିଥିଲେ  । ଏବେ ସମଲେଇ ଘାଟରୁ ବ୍ୟକ୍ତି ଜଣଙ୍କୁ ଉଦ୍ଧାର କରାଯାଇଛି  । ଏବଂ ଉଦ୍ଧାର ପରେ ସେଲଫି ନେବାବେଳେ ବ୍ୟକ୍ତି ଜଣଙ୍କ ଖସିପଡିଥିବା ସୂଚନା ମିଳିଛି  ।

Share

Leave a Reply

Your email address will not be published. Required fields are marked *

20 − 17 =