ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସାରେ ପୋତି ପକାଇଲେ ଦିବ୍ୟଶଙ୍କର

ଭବାନୀପାଟଣା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଂଶସାରେ ପୋତି ପକାଇଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । କଳାହାଣ୍ଡି ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ ବାଣ୍ଟିବା ଲାଗି ଦିନିକିଆ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ମମିତା ମେହେରଙ୍କ ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତି ନେଇ ବିରୋଧୀମାନେ ବାରମ୍ବାର ଟାର୍ଗେଟ କରି ଆସୁଛନ୍ତି । ତେବେ ଆଜି ସେ ମଞ୍ଚରେ ରହିବେ କି ନାହିଁ ତାହା ଉପରେ ରହିଥିଲା ସମସ୍ତଙ୍କ ନଜର । ଏଭଳି ସ୍ଥଳେ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ମଞ୍ଚରେ ନଜର ଆସିଥିଲେ । ଆଉ ନିଜର ଅଭିଭାଷଣ ଆରମ୍ଭରୁ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ପ୍ରଂଶସା କରିଥିଲେ । ଭୋକର ଭୂଗୋଳ ଲାଗି ରେକର୍ଡ ରହିଥିବା କଳାହାଣ୍ଡି ବିକାଶ ଦିଗରେ ଆଗେଇ ଚାଲିଛି । ୨୦୦୦ ମସିହା ପରଠାରୁ ବିଜେଡି ସରକାର ଆସିବାପରଠାରୁ କଳାହାଣ୍ଡିର ବିକାଶ ହେଉଛି । ମୁଖ୍ୟମନ୍ତ୍ରୀ କଳାହାଣ୍ଡିର ବିକାଶ କରତବା ସହ ଜିଲ୍ଲାର ଉନ୍ନତି ଦିଗରେ ଆଗେଇ ଚାଲିଥିବା ମନ୍ତ୍ରୀ କହିଥିଲେ ।

Share

Leave a Reply

Your email address will not be published. Required fields are marked *

three × 3 =