ବଳି ପ୍ରଥା ବନ୍ଦକୁ ମାନିଲେ ନାହିଁ ଭକ୍ତ

ଭବାନୀପାଟଣା—କଳାହାଣ୍ଡି ଜିଲ୍ଲାର ମା’ ମାଣିକେଶ୍ୱରୀ ପୀଠରେ ଛତର ଯାତ୍ରାରେ ପଶୁ ବଳି ଦିଆଯିବନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ନିର୍ଦ୍ଦେଶନାମା ଥିଲେ ମଧ୍ୟ ପାମ୍ପପରା ଆଗରେ ସରକାରୀ କଟକଣା ହାର ମାନିଛି । ଏ ବର୍ଷ ଛତର ଯାତ୍ରାରେ ମା’ ମାଣିକେଶ୍ୱରୀ ପୀଠ ପୁଣି ରକ୍ତ ରଂଜିତ ହୋଇ ଉଠିଛି । ମାଣିକେଶ୍ୱରୀ ପୀଠ ପାଖରୁ ଜେନାଖାଲ ପର୍ଯ୍ୟନ୍ତ ସମସ୍ତ ଅଂଚଳ ହଜାର ହଜାର ସଂଖ୍ୟାରେ ପଶୁବଳି ଯୋଗୁ ରକ୍ତ ରଂଜିତ ହୋଇଉଠିଥିଲା ଏହି ଯାତ୍ରାପାଇଁ ଜିଲ୍ଲାର ବହୁ ଅଂଚଳରୁ ପ୍ରାୟ ୧୦ ହଜାରରୁ ଉଦ୍ଧ୍ୱର୍ ଭକ୍ତଙ୍କର ସମାଗମ ହେଇଥିଲା ।

Share

Leave a Reply

Your email address will not be published. Required fields are marked *

9 + eleven =