ବୈଜୟନ୍ତଙ୍କୁ ଜାଣିନାହାଁନ୍ତି ଅଭିଜିତ ଆୟାର

ଭୁବନେଶ୍ୱର—କିଛିଦିନ ତଳେ ପୁର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହିତ ତାଙ୍କ ହେଲିକେପଟରରେ କୋଣାର୍କ ଓ ଅନ୍ୟାନ୍ୟ ସ୍ଥାନ ବୁଲି ଓଡିଶା ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ଶେଷରେ ବୈଜୟନ୍ତ ପଣ୍ଡାଙ୍କୁ ଚିହ୍ନିନାହାନ୍ତି କି ଯାଣିନାହାଁନ୍ତି ବୋଲି କହିବାକୁ ନେଇ ବିଭିନ୍ନ ମହଲରେ ଏବେ ଆଲୋଚନାର ବିଷୟ ହୋଇଛି । ଶ୍ରୀ ଆୟାର କରିଥିବା ଦୋଷରୁ ମୁକ୍ତି ପାଇବା ପାଇଁ କିମ୍ବା ପୋଲିସ ଓ ରାଜ୍ୟ ବିଧାନସଭା ଗୃହକମିଟି ଦଣ୍ଡରୁ ବଂଚିତ ହେବା ପାଇଁ ଏଭଳି ମନ୍ତବ୍ୟ ଦେଇଥିବା ଆଲୋଚନା ହେଉଛି । ସେ ବୈଜୟନ୍ତଙ୍କୁ ଚିହ୍ନନ୍ତି ନାହିଁ ବୋଲି କହିବା ସହିତ ତାଙ୍କ ଦୋଷପାଇଁ ସେ ଅନୁତପ୍ତ ବୋଲି କହି ଖସିଯିବା ପାଇଁ ଆଉ ଏକ ନାଟକ କରିଥିବା କଥା ବିଭିନ୍ନ ମହଲରେ ଆଲୋଚନା ହେଉଛି ।

Share

Leave a Reply

Your email address will not be published. Required fields are marked *

two + twelve =