ରାହୁଲ୍ ‘ପପୁ’ ନୁହେଁ, ‘ପାପା’: ରାମଦାସ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ତିନୋଟି ରାଜ୍ୟରେ ବିଧାନସଭା ନିର୍ବାଚନ ଜିତିଯାଇଛନ୍ତି। ଏବେ ସେ ‘ପପୁ’ ନୁହେଁ, ‘ପାପା’ ବନି ଯାଇଛନ୍ତି। ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ ଆଠବଲେ। ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସର ବିଜୟ ନେଇ ରାମଦାସ ଏଭଳି ମନ୍ତବ୍ୟ ଦେଇଛନ୍ତି।
ସେ ଆହୁରି କହିଛନ୍ତି,“ ରାହୁଲ ଗାନ୍ଧି ଏବେ ପରିପକ୍ୱ ନେତା ବନିଯାଇଛନ୍ତି। ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ବିଜେପି ନିର୍ବାଚନ ହାରିବାର ପ୍ରଭାବ ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦିଙ୍କ ଉପରେ କୌଣସି ପ୍ରକାରେ ପଡ଼ିବ ନାହିଁ। ଏହି ନିର୍ବାଚନରେ ବିଜେପି ହାରିଛି, ନରେନ୍ଦ୍ର ମୋଦି ନୁହେଁ।”
ସେ କହିଛନ୍ତି,“ ଶିବସେନା ବିଜେପି ସହିତ ନିଜର ମେଣ୍ଟ କରିବା ଉଚିତ। ଯଦି ମେଣ୍ଟ ନହୁଏ, ଶିବସେନାର କ୍ଷତି ଘଟିବ। ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଅନୁରୋଧ କରୁଛି ଯେ ସେ ବାଲ ଠାକରେଙ୍କ ସ୍ୱପ୍ନ ପୂରା କରନ୍ତୁ। ଏକାକୀ ନିର୍ବାଚନ ଲଢ଼ିବା ଚିନ୍ତା ନ କରିବା ଭଲ। ଏଥିସହ କଂଗ୍ରେସ ରାଫେଲ ପ୍ରସଙ୍ଗ ଉଠାଇ ୨୦୧୯ ନିର୍ବାଚନ ଜିତିବାର ଆଶା ନକରୁ।”
ସୂଚନାଯୋଗ୍ୟ, ଗତ ୧୧ ତାରିଖରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଯେଉଁ ଫଳ ପ୍ରକାଶ ପାଇଛି, ସେଥିରେ କଂଗ୍ରେସ ୩ଟି ରାଜ୍ୟରେ ବାଜି ମାରିଛି। ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ଭାରତୀୟ ଜନତା ପାର୍ଟିକୁ ହରାଇଛି।

Share

Leave a Reply

Your email address will not be published. Required fields are marked *

13 + 15 =