ଗାଁକୁ ଗାଁ ବୁଲିବ ବୁଷ୍ଟର ଟିକା ଭ୍ୟାନ:ବିଜୟ ପାଣିଗ୍ରାହୀ

ଟିକାକରଣ ଉପରେ ସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ୱାରୋପ କରିଛି ‌। କୋଭିଡ ଟିକାକରଣ ବଢ଼ାଇବାକୁ ରାଜ୍ୟର ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ବ୍ଲକରେ ୪ଟି ମୋବାଇଲ ଭ୍ୟାନ ବୁଲିବା ନେଇ ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ଯେ,ବର୍ତ୍ତମାନ ରାଜ୍ୟରେ ଟିକାର ଅଭାବ ନାହିଁ । ଏବେ ସୁଦ୍ଧା ୪୬ ଲକ୍ଷ ୨୬ହଜାର ଲୋକଙ୍କୁ ପ୍ରିକସନ ଡୋଜ ଦିଆସରିଛି । ରାଜ୍ୟର ମୋଟ ୧୪ ପ୍ରତିଶତ ବ୍ୟକ୍ତି ନେଇଛନ୍ତି ବୁଷ୍ଟର ଡୋଜ । ପ୍ରିକସନ ଡୋଜ ନେବାକୁ ସ୍ୱାସ୍ଥ୍ୟ ବିଭାଗ ଅନୁରୋଧ କରିଛି । ଏ ଯାଏଁ ୨୪ଲକ୍ଷ ୯୦ ହଜାର ଲୋକ ଦ୍ୱିତୀୟ ଡୋଜ ନେଇନାହାନ୍ତି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ।

Share

Leave a Reply

Your email address will not be published. Required fields are marked *

twelve − twelve =