ହକି ମହାକୁମ୍ଭ ପାଇଁ ନୂଆ ରୂପରେ କଳିଙ୍ଗ ଷ୍ଟାଡିୟମ

ପ୍ରସ୍ତୁତି କାର୍ଯ୍ୟକୁ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର () ଆସନ୍ତା ଡିସେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ପୁରୁଷ ହକି ବିଶ୍ବକପ ପାଇଁ କଳିଙ୍ଗ ଷ୍ଟାଡିୟମରେ ଭିତ୍ତିଭୂମୀର ବିକାଶ କାର୍ଯ୍ୟକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଲି ଦେଖିଛନ୍ତି । ଭିତ୍ତିଭୂମୀ ନିର୍ମାଣ କାର୍ଯ୍ୟର ଅଗ୍ରଗତିରେ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି  । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ସେ ହକି ବିଶ୍ବକପ ପାଇଁ ପ୍ରସ୍ତୁତି କାର୍ଯ୍ୟରେ ବେଶ ଖୁସୀ  । କଳିଙ୍ଗ ଷ୍ଟାଡିୟମରେ ସିଟ ସଂଖ୍ୟା 15ହଜାରକୁ ବୃଦ୍ଧି କରାଯାଇଛି  । ଏହାଦ୍ବାରା ହକି ପ୍ରତି ଆଗ୍ରହ

ରଖୁଥିବା ଅଧିକ ସଂଖ୍ୟାରେ କ୍ରିଡାପ୍ରେମୀ ଖେଳ ଦେଖିବାର ସୁଯୋଗ ପାଇବେ  ।

କ୍ରିଡା ସଚିବ ବିଶାଳ କୁମାର ଦେବ କହିଥିଲେ ଯେ, ରାଜ୍ୟ ସରକାର ଏହି ହକି ମହାକୁମ୍ଭର ଆୟୋଜନ ପାଇଁ ପୂରା ପ୍ରସ୍ତୁତ ରହିଛି  । ଏଭିତରେ ହକି ପଡିଆରେ ନୂଆ ଟର୍ଫ ପଡିସାରିଥିବା ବେଳେ ମୁଖ୍ୟ ପ୍ରତିଯୋଗିତା ଏବଂ ଅଭ୍ୟାସ ମ୍ୟାଚ ପାଇଁ ଫ୍ଲଡ ଲାଇଟର ମଧ୍ୟ ଆଧୁନିକିକରଣ କରାଯାଇଛି  । ପୂରା ଷ୍ଟାଡିୟମକୁ ଏକ ନୂଆ ରୂପ ଦେବା ସହ ରାସ୍ତାକୁ ପ୍ରସସ୍ତ କରାଯିବ  । ଷ୍ଟାଡିୟମର ମୁଖ୍ୟ ଫାଟକର ମଧ୍ୟ ପରିବର୍ତ୍ତନ କରାଯିବା ସହ ସୁରକ୍ଷା ଦୃଷ୍ଟିରୁ ସ୍ଥାୟୀ ସିସିଟିଭି ବ୍ୟବସ୍ଥା କରାଯିବ  । ଏହି ବିଶ୍ବକମର ଆୟୋଜନ ଦ୍ବାରା ଓଡିଶା ବିଶ୍ବସ୍ତରରେ କ୍ରିଡା ହବର ମାନ୍ୟତା ପାଇବ  ।

ଆସନ୍ତା ମାସରୁ ଜାତୀୟ ସ୍ତରରେ ବିଶ୍ବକପ ହକି ପାଇଁ ଏକାଧିକ କ୍ୟାମ୍ପେନର ଆୟୋଜନ କରାଯିବ  । ଏଥିସହିତ ଲଣ୍ଡନରେ ଆସନ୍ତା ମାସରୁ ଆୟୋଜିତ ହେବାକୁ ଥିବା ମହିଳା ହକି ବିଶ୍ବକପରେ ମଧ୍ୟ ପୁରୁଷ ହକି ବିଶ୍ବକପ ପାଇଁ କ୍ୟାମ୍ପେନ କରାଯିବ ବୋଲି କ୍ରିଡା ସଚିବ କହିଛନ୍ତି  ।

Share

Leave a Reply

Your email address will not be published. Required fields are marked *

6 + one =