ପ୍ରଧାନମନ୍ତ୍ରୀଙ୍କୁ ନିଜ ପ୍ରତିଶୃତି ମନେ ପକାଇବାକୁ ଯାଇ ଅସୁସ୍ଥ

ଚାଲିଚାଲି ରାଉଲକେଲାରୁ ଦିଲ୍ଲୀ ଯାଉଥିଲେ ମୁକ୍ତିକାନ୍ତ

ଭୁବନେଶ୍ବର (ନିପ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଉରକେଲାବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ ହେଲାନି । ଦିନ ପରେ ଦିନ ବିତୁଥିବାରୁ ଲୋକଙ୍କ ଅସନ୍ତୋଷ ବୃଦ୍ଧି ପାଉଛି । ପ୍ରଧାନମବୀଙ୍କୁ ଏହି ବାର୍ତ୍ତା ଦେବା ପାଇଁ ମୁକ୍ତିକାନ୍ତ ବିସବଲ ନାମକ ଜଣେ ଯୁବକ ନୂଆଦିଲ୍ଲୀ ଯାଇଛନ୍ତି । ଦିଲ୍ଲୀ ପହଞ୍ଚିବାକୁ ଆଉ ୨୦୦ କି.ମି. ଥିବା ବେଳେ ତାଙ୍କର ଅସୁସ୍ଥ ହେବା ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ମାମଲାକୁ ନେଇ ଟ୍ବିଟ୍ କରିବା ଜାତୀୟ ରାଜନୀତିରେ ଚର୍ଚ୍ଚାର ଖୋରାକ ଯୋଗାଇଛି ।

କେନ୍ଦ୍ରମବୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରସଙ୍ଗରେ କହିଛନ୍ତି ଯେ, ରାଉରକେଲାରେ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ୍ ନିର୍ମାଣ ଓ ବ୍ରାହ୍ମଣୀ ନଦୀରେ ଦ୍ବିତୀୟ ବ୍ରିଜ କାମ ଏବେ ଆରମ୍ଭ ହୋଇଯାଇଛି । ରାଜ୍ୟ ସରକାର ବ୍ରିଜ୍ ପାଇଁ ଆବଶ୍ୟକ ଜମି ଅନୁମତି ଦେଇନଥିବାରୁ କାର୍ଯ୍ୟ ବିଳମ୍ବ ହୋଇଥିଲା । ମୁକ୍ତିକାନ୍ତ ୧୩୫୦ କିମି ପାଦରେ ଚାଲି ଦିଲ୍ଲୀରେ ପହଞ୍ଚିଛନ୍ତି । ଏମିତି ଦୀର୍ଘ ପଥ ପାଦରେ ଚାଲିବାର ଉଦ୍ଦେଶ୍ୟ ହେଉଛି ପ୍ରଧାନମବୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ତାଙ୍କୁ ଅଧୁରା ରହିଥିବା ପ୍ରତିଶ୍ରୁତି ବିଷୟରେ ମନେ ପକାଇଦେବା । ସେ ମୋଦୀଙ୍କୁ ଭେଟି ଏହା କହିବାକୁ ଚାହାନ୍ତି ଯେ ସେ ରାଉରକେଲାରେ ମଲଟି ସ୍ପେଶାଲିଟି ହସ୍ପିଟାଲ ନିର୍ମାଣ ପାଇଁ ଯେଉଁ ପ୍ରତିଶ୍ରୁତି  ଦେଇଥିଲେ ତାହା ପୂରଣ ହୋଇ ନାହିଁ ।

ରାହୁଲ ଗାନ୍ଧୀ କହିଛନ୍ତି ଯେ କଂଗ୍ରେସ ଦେଶର ଜନତାଙ୍କର ପ୍ରତିଶ୍ରୁତି ପୂରଣ କରିବ । ରାହୁଲ ଲେଖିଛନ୍ତି ଯେ ପ୍ରଧାନମବୀ ୩ ବର୍ଷ ପୂର୍ବେ ରାଉରକେଲାରେ ମଲଟି ସ୍ପେଶାଲିଟି ହସ୍ପିଟାଲ ର୍ନିମାଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏବେ ମୁକ୍ତିକାନ୍ତ ୧୩୦୦ କିମି ପାଦରେ ଚାଲି ଦିଲ୍ଲୀ ପହଞ୍ଚିଛନ୍ତି,  କାରଣ ପିଏମ ନିଜର ପ୍ରତିଶ୍ରୁତି ପୂରଣ କରି ନାହାନ୍ତି ଏବଂ ଲୋକେ ରାଗରେ ମରୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ମୁକ୍ତିକାନ୍ତ ରାଉରକେଲାରେ ମୂର୍ତ୍ତି ତିଆରି କାମ କରନ୍ତି । ସେ ହାତରେ ତ୍ରିରଙ୍ଗା ନେଇ ନିଜର ଯାତ୍ରା ଆରମ୍ଭ କରିଥିଲେ ।

ଆଗ୍ରା ହାଇୱେରେ ପହଞ୍ଚିବା ପରେ ସେ ବେହୋସ ହୋଇ ପଡ଼ିଥିଲେ ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଥିଲା । ମୁକ୍ତିକାନ୍ତ କହିଛନ୍ତି ଯେ ଇସ୍ପାତ ଜେନେରାଲ ହସ୍ପିଟାଲ ରାଉରକେଲାବାସୀଙ୍କ ଲାଇଫଲାଇନ । ମାତ୍ର ଆଜି ଏହାର ଅବସ୍ଥା ଏମିତି ହୋଇ ପଡ଼ିଛି ଯେ ପ୍ରତିଦିନ ଲୋକେ ମରୁଛନ୍ତି । ୪ ବର୍ଷ ହୋଇଗଲା ପ୍ରଧାନମବୀ ନିଜର ପ୍ରତିଶ୍ରୁତି ପୂରଣ କରି ନାହାନ୍ତି, ତଥାପି ମୁଁ ଆଶା ରଖିଛି ଯେ ଚଳିତ ବର୍ଷ ସେ କିଛି ନା କିଛି ବ୍ୟବସ୍ଥା କରିବେ ।

Share

Leave a Reply

Your email address will not be published. Required fields are marked *

four × three =