ସରକାରୀ ପୁସ୍ତକ ଏବେ ସରକାରଙ୍କ ପାଇଁ ଅଡୁଆ

ଭୁବନେଶ୍ବର : ସରକାର ପ୍ରକାଶ କରିଥିବା ୮୦ବର୍ଷର ବଜେଟ୍‍ ଇତିହାସ ଥିବା ପୁସ୍ତକଟି ଏବେ ଖୋଦ୍‍ ସରକାରଙ୍କ ପାଇଁ ଅଡୁଆ । ଏଥିରେ ଉଲ୍ଲେଖ ଥିବା କେତେକ ତଥ୍ୟ ସରକାର ତଥା ସରକାରୀଦଳକୁ ଅକଳରେ ପକାଇବାକୁ ଯାଉଥିବା ବିଶେଷଜ୍ଞମାନେ ମତ ଦେଉଛନ୍ତି ।

ଚଳିତ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବ୍‍ ଧୁମ୍‍ଧାମରେ ଏହି ପୁସ୍ତକଟିକୁ ଉନ୍ମୋଚନ କରିଛନ୍ତି । ୧୫୦୦ ଟଙ୍କା ମୂଲ୍ୟର ଏହି ପୁସ୍ତକଟି ଲୋକଙ୍କ ପାଇଁ ଉପାଦେୟ ହେବବୋଲି କୁହାଯାଉଛି । ପୁସ୍ତକରେ ୧୯୩୬-୩୭ ମସିହା ଠାରୁ ଆରମ୍ଭକରି ୨୦୧୮-୧୯ ବର୍ଷର ଆର୍ôଥକ ବଜେଟ୍‍ ରହିଛି । ଏଥି ସହିତ ରହିଛି ଓଡିଶାର ଅନେକ ଇତିହାସ ଓ ଖବରକାଗଜରେ ପ୍ରକାଶ ପାଇଥିବା ସମ୍ବାଦ ବି ରହିଛି ।

ହେଲେ ଯେଉଁ କଥାଟିକୁ ନେଇ କେଁ ଦେଖାଦେଇଛି ତାହା ହେଉଛି ଏହି ପୁସ୍ତକରେ କଟକ ଧାନଗବେଷଣାକେନ୍ଦ୍ର, ରାଉରକେଲା ଇସ୍ପାତ କାରଖାନା, ହୀରାକୁଦ ନଦୀବନ୍ଧ ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଓ ଘଟଣାକୁ ଦର୍ଶାଯାଇଛି । ଏହାର ପ୍ରତିଷ୍ଠାତାଙ୍କ ସଂକ୍ରାନ୍ତରେ ଉଲ୍ଲେଖ ରହିଛି । ଏହି ତିନିଟି ବହୁ ଚର୍ଚ୍ଚିତ ସଂସ୍ଥାନଟିରେ ବିଜୁ ବାବୁଙ୍କ କୌଣସି ଭୂମିକା ନଥିବା ଜଣାଯାଇଛି । ଏଥି ସହିତ ପୁସ୍ତକରେ ମଧ୍ୟ ଅନେକ ଇତିହାସ ସ୍ଥାନ ପାଇଛି ।

ଏହି ଘଟଣାଟି ଉଲ୍ଲେଖ କରିବାର କାରଣ ହେଲା ସରକାରୀକଳର କେତେକ ବ୍ୟକ୍ତି ଓ ବିଜେଡିର ନେତାମାନେ ବାରମ୍ବାର ବିଜୁ ବାବୁଙ୍କ ଗୁଣଗାନ ସମୟରେ ହୀରାକୁଦ ନଦୀବନ୍ଧ, ରାଉରକେଲା ଇସ୍ପାତ କାରଖାନା ଆଦି ପ୍ରସଙ୍ଗ ଉଠାଇଥାନ୍ତି । ବିଜୁବାବୁ ନଥିଲେ ଏହା ହୋଇପାରନ୍ତାନାହିଁ ବୋଲି କହିଥାନ୍ତି । ହେଲେ ଏକଥା ଆଉ କହିହେବ ନାହିଁ । କାରଣ ଯେଉଁଠାରେ ଏହା କହିବେ ସେଠାରେ ଲୋକେ ଏହି ୮୦ବର୍ଷିଆ ବଜେଟ୍‍ ବହିର ଉଦାହରଣ ଦେଖାଇବେ ।

ଏହି ପୁସ୍ତକଟିରେ ବଜେଟ୍‍ ଇତିହାସ ଅପେକ୍ଷା ଓଡିଶା ଇତିହାସ ଅଧିକ ଭାବେ ସ୍ଥାନ ପାଇଛି । ତେଣୁ ଓଡିଶା ବିକାଶରେ କାହାର ଅବଦାନ କେତେ ଲୋକେ ତାହା ସହଜରେ ଜାଣିବେ । ତେଣୁ ଆଉ ବିଜୁଙ୍କ ନାଁରେ ମିଛ କହିବା ଚଳିବନାହିଁ ବୋଲି ବିଶେଷଜ୍ଞମାନଙ୍କ ମତ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ କିଛିଦିନ ତଳେ ଉକ୍ରଳ ପ୍ରସଙ୍ଗ ଭଳି ସରକାରୀ ପୁସ୍ତକରେ ବିଜୁ ବାବୁଙ୍କ ସଂକ୍ରାନ୍ତରେ କେତେକ ଆପତ୍ତିଜନକ ଲେଖା ବାହାରିବା ପରେ ତାହାକୁ ରାତାରାତି ଗାଏବ କରାଯାଇଥିଲା । ଏବେ ବହୁ ପ୍ରଚାରିତ ଏହି ୮୦ବର୍ଷିଆ ପୁସ୍ତକ ଆଗାମୀ ଦିନରେ ଅନୁରୂପ ସମସ୍ୟା ସୃଷ୍ଟିକରିବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି ।

Share

Leave a Reply

Your email address will not be published. Required fields are marked *

2 + 10 =