ଏଣିକି ରହିବନି ଅନ୍ଧାର, ଆକାଶରେ ଦେଖାଯିବ କୃତ୍ରିମ ସୂର୍ୟ୍ୟ !

ନୂଆଦିଲ୍ଲୀ()  ସୂର୍ୟ୍ୟ ଆସିଲେ ଦିନ ହୋଇଥାଏ ଆଉ ଅସ୍ତ ହେଲେ ରାତି ହୋଇଥାଏ । ତେବେ ସୂର୍ୟ୍ୟଙ୍କୁ ନେଇ ଚୀନର ବୈଜ୍ଞାନିକମାନେ ଏଭଳି ଏକ ଆବିଷ୍କାର କରିବାକୁ ଯାଉଛନ୍ତି, ଯାହା ଜାଣିଲେ ହୁଏତ ଆପଣ ବି ଆଶ୍ଚର୍ୟ୍ୟ ହୋଇଯିବେ ।

ଚୀନର ବୈଜ୍ଞାନିକମାନେ ଏମିତି ଏକ କୃତ୍ରିମ ସୂର୍ୟ୍ୟର ନିର୍ମାଣ କରିଛନ୍ତି, ଯାହା ବାସ୍ତବ ସୂର୍ୟ୍ୟଙ୍କ ପରି ଆଲୋକିତ ହେବ । ପରମାଣୁ ଫ୍ୟୁଜନର ସହାୟତାରେ ୧୦ଗୁଣା ଅଧିକ ସ୍ୱଚ୍ଛ ସୌରଶକ୍ତି ସୃଷ୍ଟି କରିବାରେ ସକ୍ଷମ ହେବ । ଏହି କୃତ୍ରିମ ସୂର୍ୟ୍ୟର ନିର୍ମାଣ ଶେଷ ହେବାକୁ ଯାଉଥିବା ବେଳେ ଆସନ୍ତାବର୍ଷ ଏହାର ସଂଚାଳନ ଆରମ୍ଭ ହେବା ନେଇ ଆଶା କରାଯାଉଛି । ଆଉ ଏହାର ନାମକରଣ କରାଯାଇଛି ଏଚଏଲ୍-୨ଏମ୍ ।

ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଏହି କୃତ୍ରିମ ସୂର୍ୟ୍ୟ ସମ୍ପୂର୍ଣ୍ଣ ସକ୍ଷମ ହେବା ପରେ ବାସ୍ତବ ସୂର୍ୟ୍ୟଙ୍କ ତୁଳନାରେ ୧୩ ଗୁଣା ଅଧିକ ତାପମାନ ପର୍ୟ୍ୟନ୍ତ ପହଞ୍ଚିବାରେ ସକ୍ଷମ ହେବ, ଯାହାକି ପାଖାପାଖି ୨୦୦ ମିଲିୟନ୍ ଡିଗ୍ରୀ ସେଲସିୟସ ପର୍ୟ୍ୟନ୍ତ ପହଞ୍ଚିବ ।

Share

Leave a Reply

Your email address will not be published. Required fields are marked *

two × 1 =