ଫେରାର୍ ଅଲମ୍ପିକ୍ ବିଜେତା ସୁଶିଲ କୁମାର ଗିରଫ

ନୂଆଦିଲ୍ଲୀ: ଅନେକ ଦିନର ଲୁଚକାଳି ଖେଳ ପରେ ଶେଷରେ ପୋଲିସ୍ ହାତରେ ଧରା ପଡ଼ିଲା ଫେରାର କୁସ୍ତି ଖେଳାଳୀ ସୁଶିଲ କୁମାର । କୁସ୍ତି ଖେଳାଳୀ ସାଗର ହତ୍ୟାକାଣ୍ଡରେ ଦୀର୍ଘଦିନ ଧରି ଫେରାର ଥିବା ଅଲମ୍ପିକ ବିଜେତା ସୁଶିଲ କୁମାରଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଏହାସହ ସୁଶିଲଙ୍କ ସହଯୋଗୀ ଅଜୟଙ୍କୁ ବି ଗିରଫ କରିଛି ପୋଲିସ ।

ସୁଶିଲ କୁମାର ଫେରାର ହେବା ପରେ ତାଙ୍କ ନାଁରେ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା ପୋଲିସ । ଏହି ଗିରଫଦାରୀ ଘଟଣାରେ ଦିଲ୍ଲୀ ପୋଲିସ ସୂଚନା ଅନୁଯାୟୀ, ଇନ୍ସପେକ୍ଟର କର୍ମବୀର,ଇନ୍ସପେକ୍ଟର ଶିବକୁମାର ଏବଂ ଏସିପି ଅଟ୍ଟର ସିଂଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ସେଲ୍ ଦିଲ୍ଲୀର ମୁଣ୍ଡକା ଠାରେ ସୁଶୀଲ କୁମାର ଏବଂ ଅଜୟଙ୍କୁ ଗିରଫ କରିଥିଲା।

Share

Leave a Reply

Your email address will not be published. Required fields are marked *

three × one =