କଟକରେ ଚାଲିଥିଲା ଦେହ ବ୍ୟବସାୟ

କଟକ: ହୋଟେଲ୍ ଚାଲୁଥିଲା ସେକ୍ସରାକେଟ। ଏପରି ଅଭିଯୋଗ କଟକରୁ ଆସିଛି। ପୁଲିସ ହୋଟେଲ୍ରେ ଚଢ଼ଉ କରି ସେକ୍ସରାକେଟରେ ନିୟୋଜିତ ଜଣେ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି। ଏଥିସହ ସେକ୍ସ ରାକେଟ୍ ଚଳାଉଥିବା କିଙ୍କପିନ୍ଙ୍କ ସମେତ ଜଣେ ଗ୍ରାହକ ଓ ହୋଟେଲ୍ ମାଲିକଙ୍କୁ ଅଟକ ରଖିଛି। ଲକଡାଉନରେ ମାତିଛନ୍ତି ଦେହ ବ୍ୟବସାୟୀ । କଟକର ଏକ ହୋଟେଲରେ ଠାବ ହୋଇଛି ରାକେଟ୍ । ପିଲିଗ୍ରୀମ ରୋଡରେ ଥିବା ଏକ ହୋଟେଲରେ ରାକେଟ ଚାଲିଥିବା ବେଳେ ମାଡ଼ି ବସିଥିଲା ମାଲଗୋଦାମ ଥାନା ପୋଲିସ । ରାକେଟ ଚଳାଉଥିବା ମହିଳା କିଙ୍ଗପିନ ଜଣେ ଗ୍ରାହାକ ଓ ହୋଟେଲ ମାଲିକଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ରାକେଟରେ ଥିବା ଯୁବତୀଙ୍କୁ ଉଦ୍ଧାର କରିଛି ପୋଲିସ । ତେବେ ଲକଡାଉନରେ ଏଭଳି ବେପାର ଦୀର୍ଘଦିନ ହେବ ଚାଲୁଥିଲା ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

Share

Leave a Reply

Your email address will not be published. Required fields are marked *

nine + 6 =