ବ୍ୟାଙ୍କକ୍କୁ ସିଧା ବିମାନ ସେବା

ଏଣିକି ସପ୍ତାହକୁ ୭ଦିନ ଭୁବନେଶ୍ୱରରୁ ବ୍ୟାଙ୍କକ କୁ ସିଧାସଳଖ ବିମାନ ଚଳାଚଳ କରିବ । ଏୟାର ଏସିଆ ପକ୍ଷରୁ ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଏଥିପାଇଁ ଏୟାର ଏସିଆ ରାଜ୍ୟ ସରକାରଙ୍କ ଠାରୁ କୌଣସି ସବସିଡି ନେବ ନାହିଁ । ବିମାନ କେଉଁ ସମୟରେ ଉଡାଣ କରିବ ତାହା ସ୍ଥିର ହୋଇନାହିଁ ।
କ୍ୱାଲାଲାମପୁରକୁ ପ୍ରତି ଉଡ଼ାଣ ପିଛା ପ୍ରାୟ ଏକ ଲକ୍ଷ ଟଙ୍କା ସବସିଡି ନେଉଥିବା ଏୟାର ଏସିଆ ଏହି ସବସିଡି ପାଇବା ସମୟରେ ରାଜ୍ୟ ସରକାରଙ୍କ ସହ ସର୍ତ୍ତ ରଖିଥିଲା ଯେ, ବିନା ସବସିଡିରେ ଆଉ ଏକ ଅନ୍ତର୍ଜାତୀୟ ବିମାନ ଉଡ଼ାଣ କରିବ। ଡିଜିସିଏ ଉଡ଼ାଣ ପାଇଁ ଅନୁମତି ଦେଇଥିଲେ ହେଁ କେଉଁ ସମୟରେ ଉଡ଼ାଣ ହେବ ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନଥିବାରୁ ଏୟାର ଏସିଆ ପକ୍ଷରୁ ବୁକିଂ ପ୍ରକ୍ରିୟା ଆରମ୍ଭ କରାଯାଇ ନାହିଁ ବୋଲି ଜଣାପଡ଼ିଛି। ତେବେ ନଭେମ୍ବର ୨୮ କିମ୍ବା ଡିସେମ୍ବର ୬ରୁ ବିମାନ ଉଡ଼ାଣ କରିବାକୁ ଏୟାର ଏସିଆ କର୍ତ୍ତୃପକ୍ଷ ଯୋଜନା କରୁଥିଲେ। ବୁକିଂ ପାଇଁ ଅଧିକ ସମୟ ଦେବାକୁ ଯୋଜନା କରି ଏୟାର ଏସିଆ କର୍ତ୍ତୃପକ୍ଷ ଡିସେମ୍ବର ୬ରୁ ଏହି ଉଡ଼ାଣ ଆରମ୍ଭ କରିବାକୁ ନିଷ୍ପତ୍ତି କରିଥିବା ଜଣାପଡ଼ିଛି । ଏୟାର ଏସିଆର ଏୟାରକ୍ରାଫ୍ଟ-୩୨୦ ଭୁବନେଶ୍ବରରୁ ସିଧା ବ୍ୟାଙ୍କକକୁ ଉଡ଼ାଣ କରିବ। ଯେଉଁଥିରେ ୧୮୦ସିଟ୍ ବିଶିଷ୍ଟ ବିମାନ ରାତି ପ୍ରାୟ ୧୧ଟାରୁ ୧୨ଟା ମଧ୍ୟରେ ଭୁବନେଶ୍ବର ଛାଡ଼ିବ। ବ୍ୟାଙ୍କକ୍ରେ ଭୋର୍ରେ ପହଞ୍ଚିବ। ସେହିପରି ବିମାନଟି ବ୍ୟାଙ୍କକରୁ ସଂଧ୍ୟାରେ ଉଡ଼ାଣ ଆରମ୍ଭ କରି ଏଠାରେ ରାତି ୧୦ଟାରୁ ୧୧ଟା ମଧ୍ୟରେ ପହଞ୍ଚିବ। ତେବେ ଗତବର୍ଷ ଡିସେମ୍ବର ୧୦ରେ ଭୁବନେଶ୍ବରରୁ ବ୍ୟାଙ୍କକକୁ ସିଧା ବିମାନ ସେବା ଆରମ୍ଭ କରିଥିବା ଏୟାର ଇଣ୍ଡିଆ ଚଳିତବର୍ଷ ଜୁଲାଇ ୧୬ରୁ ହଠାତ୍ ସେପ୍ଟେମ୍ବର ୩୦ତାରିଖ ପର‌୍ୟ୍ୟନ୍ତ ଉଡ଼ାଣ ବନ୍ଦ କରିଦେଇଥିଲା ।

Share

Leave a Reply

Your email address will not be published. Required fields are marked *

one × three =