Business

ଏନବିବିଏଲ୍‌ର ଭାରତ କନେକ୍ଟ ବୈଦେଶିକ ମୁଦ୍ରା କାରବାର ୨୦୨୬ ଏପ୍ରିଲ୍‌-ଜୁଲାଇରେ ୧୦୦ ନିୟୁତ ଟଙ୍କା ଟପିଲା

ଭୁବନେଶ୍ୱର: ନ୍ୟାସନାଲ ପେମେଂଟ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ)ର ସମ୍ପୂର୍ଣ୍ଣ ସହାୟକ କମ୍ପାନି ଏନପିସିଆଇ ଭାରତ ବିଲପେ’ ଲିମିଟେଡ (ଏନବିବିଏଲ୍‌) ପକ୍ଷରୁ ଭାରତ କନେକ୍ଟ ଜରିଆରେ ବୈଦେଶିକ ମୁଦ୍ରା କାରବାର ୨୦୨୬ ଏପ୍ରିଲ୍‌ରୁ ଜୁଲାଇ ମଧ୍ୟରେ ୧୦୦ ନିୟୁତ ଟଙ୍କା ଅତିକ୍ରମ କରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଗ୍ଲୋବାଲ ଫିନଟେକ ଫେଷ୍ଟ (ଜିଏଫଏଫ) ୨୦୨୬ରେ ବୈଦେଶିକ ମୁଦ୍ରା ବର୍ଗକୁ ଉନ୍ମୋଚନ କରିଥିଲେ। ଏଥିରେ କ୍ଲିୟରିଂ କର୍ପୋରେସନ ଅଫ୍ ଇଣ୍ଡିଆ (ସିସିଆଇଏଲ୍‌) ଦ୍ୱାରା ବିକଶିତ ଏଫଏକ୍ସ-ରିଟେଲ୍‌କୁ ଭାରତ କନେକ୍ଟ ପ୍ଲାଟଫର୍ମ ସହ ଯୋଡ଼ାଯାଇଛି।
ଶୁଭାରମ୍ଭ ପରଠାରୁ ଏହି ବର୍ଗ ଦୃଢ଼ ଅଭିବୃଦ୍ଧି ହାସଲ କରିଛି। ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତ କନେକ୍ଟ ପକ୍ଷରୁ ୨୭.୦୬ ନିୟୁତ ଟଙ୍କାର ବୈଦେଶିକ ମୁଦ୍ରା କାରବାରର ପ୍ରକ୍ରିୟାକରଣ କରାଯାଇଛି। ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଚାରି ମାସରେ ଏହି ପ୍ଲାଟଫର୍ମ ୧୧.୯୧ ନିୟୁତ ଟଙ୍କାର କାରବାର ପ୍ରକ୍ରିୟାକରଣ କରିଛି ଯାହା ମୋଟ୍ କାରବାର ମୂଲ୍ୟକୁ ୧୩୮.୯୭ ନିୟୁତ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛି।
ପାରମ୍ପରିକ ଭାବେ ବୈଦେଶିକ ମୁଦ୍ରା କାରବାରରେ ସୀମିତ ମୂଲ୍ୟ ଦୃଶ୍ୟମାନତା, ସ୍ୱତନ୍ତ୍ର ବ୍ୟାଙ୍କିଂ କିମ୍ବା ସ୍ୱୀକୃତିପ୍ରାପ୍ତ ଡିଲର ଚ୍ୟାନେଲ ଉପରେ ନିର୍ଭରଶୀଳତା ଏବଂ ଅଫଲାଇନ କିମ୍ବା ବିକ୍ଷୀପ୍ତ ପ୍ରକ୍ର୍ରିୟା ଜଡ଼ିତ। ସ୍ୱଚ୍ଛତାର ଅଭାବ ପାଇଁ ହାରକୁ ତୁଳନା କରିବା ଏବଂ କାରବାରର ମୋଟ ଖର୍ଚ୍ଚକୁ ବୁଝିବା ଗ୍ରାହକଙ୍କ ପାଇଁ ଅତ୍ୟନ୍ତ କଷ୍ଟକର କରିଛି। ବୈଦେଶିକ ମୁଦ୍ରା କାରବାର ପାଇଁ ଏକ ଇଂଟରଅପରେବଲ୍ ଡିଜିଟାଲ ମାର୍କେଟ୍‌ପ୍ଲେସ୍ ଜରିଆରେ ଭାରତ କନେକ୍ଟ ଜରିଆରେ କାରବାର କରୁଛି। ଏହି ପ୍ଲାଟଫର୍ମରେ ବିଭିନ୍ନ ବଡ଼ ଧରଣର କାରବାର ମଧ୍ୟ ହୋଇଛି ଯାହା ଗ୍ରାହକମାନଙ୍କୁ ମୂଲ୍ୟକୁ ତୁଳନା କରିବା ଓ ବୈଦେଶିକ ମୁଦ୍ରା କାରବାରରେ ସଂଚୟକୁ ଅର୍ଥପୂର୍ଣ୍ଣ କରିପାରିଛି।
ଏହି ବ୍ୟବସ୍ଥାରେ ଅଗ୍ରଣୀ ବ୍ୟାଙ୍କ ଓ ପ୍ଲାଟଫର୍ମକୁ ସାମିଲ କରାଯାଇଛି। ଏଥିରେ ଅଂଶଗ୍ରହଣ କରିଥିବା ବିଲରମାନେ ହେଉଛନ୍ତି ଆକ୍ସିସ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ଫେଡେରାଲ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ୟେସ ବ୍ୟାଙ୍କ। ଭିମ, ବ୍ୟାଙ୍କ ଅଫ ବରୋଦା, କ୍ରେଡ, ଫେଡେରାଲ ବ୍ୟାଙ୍କ, ମୋବିକ୍ୱିକ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଭଳି ପ୍ଲାଟଫର୍ମ ଏଥିରେ ଯୋଡ଼ି ହୋଇଛନ୍ତି।
ଏକ ଖୋଲା, ଇଂଟରଅପରେବଲ୍ ଓ ବଜାର ସହ ଜଡ଼ିତ ପରିସଂସ୍ଥା ଜରିଆରେ ବୈଦେଶିକ ମୁଦ୍ରା କ୍ରୟର ଆଧୁନିକୀକରଣରେ ଭାରତ କନେକ୍ଟ ସହାୟକ ହୋଇପାରିଛି। ଏକ ଏକକ ଭିତ୍ତିଭମୂିରେ ବୈଦେଶିକ ମୁଦ୍ରା କାରବାର ସୁବିଧା ପ୍ରଦାନକାରୀ ଓ ଡିଜିଟାଲ ପ୍ଲାଟଫର୍ମଗୁଡ଼ିକୁ ଏକତ୍ରୀତ କରି ଏହି ଅଭିଯାନ ଗ୍ରାହକମାନଙ୍କୁ ଶ୍ରେଷ୍ଟ ସୁବିଧା, ପସନ୍ଦ ଓ ସହଜଲବ୍ଧତା ପ୍ରଦାନ କରୁଛି।

Share

Leave a Reply

Your email address will not be published. Required fields are marked *

seventeen − 16 =