୧୫ କଂଗ୍ରେସ କର୍ମୀ ଅଟକ

ରାଜନଗର—ରାଜ୍ୟ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁଙ୍କ ଗାଡି ଉପରକୁ ଟମାଟୋ ମାଡ କରିବା ସହିତ ତାଙ୍କୁ କଳାପତାକା ଦେଖାଇବା ଅଭିଯୋଗରେ ପୋଲିସ ୧୫ଜଣ କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି । ରାଜନଗର ଠାରେ ଖାଦ୍ୟ ସୁରକ୍ଷା ଯୋଜନାର ଶୁଭ ଉଦଘାଟନ କରିବାକୁ ମନ୍ତ୍ରୀ ଶ୍ରୀସାହୁ ରାଜନଗର ଯାଉଥିବା ବେଳେ କଂଗ୍ରେସ କର୍ମୀମାନେ ତାଙ୍କ ଗାଡି ଉପରକୁ ଟମାଟୋ ମାଡ ମାରିଥିଲେ କିନ୍ତୁ ସେଠାରେ ଉପସ୍ଥିତ ଥିବା ପୋଲିସ ସଙ୍ଗେ ସଙ୍ଗେ ସେମାନଙ୍କୁ ଧରିନେଇ ଅଟକ ରଖିଥିଲେ । ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀ ଚୟନ ଦଳୀୟଭିତିରେ କରାଯାଉଥିବା ଅଭିଯୋଗ କରି କଂଗ୍ରେସ କର୍ମୀମାନେ ଏଭଳି କାର୍ଯ୍ୟ କରିଥିଲେ ।

Share

Leave a Reply

Your email address will not be published. Required fields are marked *

5 × 2 =