ଖାଦ୍ୟ ସୁରକ୍ଷା ଓ ମାନଦଣ୍ଡ ନିୟନ୍ତ୍ରଣ ପାଇଁ ପରାମର୍ଶଦାତା କମିଟି

ଭୁବନେଶ୍ବର () ଖାଦ୍ୟ ସୁରକ୍ଷା ଓ ମାନଦଣ୍ଡ ନିୟନ୍ତ୍ରଣ ୨୦୧୧ ଅନୁଯାୟୀ ଜିଲ୍ଲା ସ୍ତରରେ ପରାମର୍ଶଦାତା କମିଟି ଗଠନ ପାଇଁ ଖାଦ୍ୟ ସୁରରକ୍ଷା କମିଶନର ଅର୍ଚ୍ଚନା ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଖାଦ୍ୟ ସୁରକ୍ଷା ଓ ମାନଦଣ୍ଡ ନିୟନ୍ତ୍ରଣ ୨୦୧୧ ଅନୁଯାୟୀ ଜିଲ୍ଲା ସ୍ତରରେ ପରାମର୍ଶଦାତା କମିଟି ଗଠନ ପାଇଁ କୁହାଯାଇଛି । ଲୋକଙ୍କୁ ସୁରକ୍ଷିତ ଖାଦ୍ୟ ସାମଗ୍ରୀ ଓ ସ୍ବାସ୍ଥ୍ୟକର ଆହାର ଯୋଗାଇ ଦେବାପାଇଁ ଜିଲ୍ଲାସ୍ତରୀୟ ପରାମର୍ଶଦାତା କମିଟି ଗଠନ ପାଇଁ କୁହାଯାଇଛି । ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନର ଏହି ମର୍ମରେ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖିଛନ୍ତି ।

ଜିଲ୍ଲା ସ୍ତରରେ ଗଠନ ହେବାକୁ ଥିବା ଏହି କମିଟିରେ ଜିଲ୍ଲାପାଳମାନେ ଅଧ୍ୟକ୍ଷ ରହିବେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଉପାଧ୍ୟକ୍ଷ ରହିବାକୁ ଥିବାବେଳେ କମିଟିର ସଦସ୍ୟ ଭାବେ ଜିଲ୍ଲା ଏସ୍ପି , ଜିଲ୍ଲା କୃଷି ଅଧିକାରୀ, ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀ, ଡିଆଇସିର ପରିଚାଳନା ନିର୍ଦ୍ଦେଶକ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ଶିଶୁ ବିକାଶ ଅଧିକାରୀ, ଖାଦ୍ୟ ସୁରକ୍ଷା ଓ ପୁଷ୍ଟିସାର ଜ୍ଞାନ ଥିବା ଦୁଇ ଜଣ ବିଶେଷଜ୍ଞ, ଖାଉଟି ସଂଗଠନର ଦୁଇଜଣ ମନୋନିତ ସଦସ୍ୟ, ଜିଲ୍ଲାରେ ଥିବା ରାଜ୍ୟ ଖାଦ୍ୟ ପରୀକ୍ଷାଗାରର ଫୁଡ୍‍ ଆନାଲିଷ୍ଟ ଏବଂ ଖାଦ୍ୟ ସୁରକ୍ଷା ବିଭାଗର ଜଣେ ଅଧିକୃତ ଅଧିକାରୀ ଏଥିରେ ସ୍ଥାନ ପାଇବେ ।

ରାଜ୍ୟ ସ୍ତରରେ ଗଠିତ ପରାମର୍ଶଦାତା କମିଟିର ବୈଠକ ପ୍ରତି ଛଅ ମାସରେ ବସିବାକୁ ଥିବାବେଳେ ଜିଲ୍ଲାସ୍ତରର କମିଟିର ବୈଠକ ପ୍ରତି ତିନିମାସରେ ଥରେ ବସିବ । ଖାଦ୍ୟ ସୁରକ୍ଷା ସଂକ୍ରାନ୍ତରେ ବୈଠକରେ ହେବାକୁ ନିଷ୍ପତ୍ତିକୁ ଏଫ୍ଏସ୍ଏରସ୍ଏନଆଇ ପୋର୍ଟାଲରେ ଅପଲୋଡ୍‍ କରିବାକୁ ପଡିବ । ଜିଲ୍ଲା ସ୍ତରରେ ବିକ୍ରି ହେଉଥିବା ସମସ୍ତ ଖାଦ୍ୟ ସାମଗ୍ରୀ ଯେଭଳି ଲାଇସେନ୍ସପ୍ରାପ୍ତ ବ୍ୟବସାୟୀଙ୍କ ମାଧ୍ୟମରେ କାରବାର ହେବ ତାହା ଉପରେ ଏହି କମିଟି ନଜର ରଖିବ । ନିୟମିତ ଭାବେ ଖାଦ୍ୟ ସାମଗ୍ରୀର ଯାଞ୍ଚ ଲାଗି ଯୋଜନା ପ୍ରସ୍ତୁତ କରିବ । ମୋଟାମୋଟି ଭାବେ ଖାଦ୍ୟ ବ୍ୟବସାୟ ପାଇଁ ଲାଇସେନ୍ସ ପ୍ରଦାନ ଓ ପଞ୍ଜିକରଣ ଉପରେ କମିଟି ବିଶେଷ ଧ୍ୟାନ ଦେବ ।

ଉଲ୍ଲେଖନୀୟ ଯେ ଖାଦ୍ୟ ସୁରକ୍ଷା ଓ ମାନଦଣ୍ଡ ନିୟନ୍ତ୍ରଣ ୨୦୧୧ ଅନୁଯାୟୀ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ରାଜ୍ୟ ଓ ଜିଲ୍ଲା ସ୍ତରରେ ପରାମର୍ଶଦାତା କମିଟି ଗଠନ କରିବା ବାଧ୍ୟତାମୂଳକ । ଏ ନେଇ ଏଫ୍ଏସ୍ଏରସ୍ଏନଆଇ ପକ୍ଷରୁ ରାଜ୍ୟ ସରକାରମାନଙ୍କୁ ଅବଗତ କରାଯାଇଥିଲା । ତଦନୁଯାୟୀ ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନର ଜିଲ୍ଲା ସ୍ତରରେ ପରାମର୍ଶଦାତା କମିଟି ଗଠନ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

Share

Leave a Reply

Your email address will not be published. Required fields are marked *

4 − 1 =