ଓଡ଼ିଶାରୁ ୪ ଜଣ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ

ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାରୁ ୪ ଜଣ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ସେମାନେ ହେଲେ କଳା କ୍ଷେତ୍ରରେ କଣ୍ଢେଇ ନୃତ୍ୟ ଗୁରୁ ମାଗୁଣି ଚରଣ କୁଅଁର ଓ କଣ୍ଠଶିଳ୍ପୀ କ୍ରିଷ୍ଣା ପଟେଲ୍, ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଅନ୍ତର୍ୟ୍ୟାମୀ ମିଶ୍ର ଏବଂ କୃଷି କ୍ଷେତ୍ରରେ ପଟାୟତ ସାହୁ। ଆସନ୍ତା ମାର୍ଚ୍ଚ/ଏପ୍ରିଲ୍ ମାସରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରିବେ। ସୂଚନାଯୋଗ୍ୟ ଯେ ଗତ ଦୁଇ ବର୍ଷ ହେଲା ୭ ଜଣ ଲେଖାଏ ଓଡ଼ିଆ ପଦ୍ମ ସମ୍ମାନ ପାଉଥିଲେ।

Share

Leave a Reply

Your email address will not be published. Required fields are marked *

seven + 19 =