ମହାପ୍ରଭୁଙ୍କ ଟଙ୍କା ସୁରକ୍ଷିତ ଅଛି : ଅର୍ଥସଚିବ

ଭୁବନେଶ୍ୱର() ଶ୍ରୀମନ୍ଦିର ଟଙ୍କା ସୁରକ୍ଷିତ ଅଛି ଏନେଇ ସୂଚନା ଦେଇଛନ୍ତି ଅର୍ଥସଚିବ ଅଶୋକ ମିନା ।

ଅର୍ଥସଚିବ କହିଛନ୍ତି, ଜଗନ୍ନାଥଙ୍କ ଟଙ୍କା ନେଇ ଶ୍ରୀମନ୍ଦିର ପ୍ରଶାସନ ଆରବିଆଇ ସହିତ କଥା ହୋଇଛି । ସେ ନିଜେ ମଧ୍ୟ ଆରବିଆଇ ସହିତ କଥା ହୋଇଛନ୍ତି ଓ ଚିଠି ଲେଖିଛନ୍ତି । ସବୁ ଜମାକାରୀଙ୍କ ଟଙ୍କା ସୁରକ୍ଷିତ ଥିବା ରିଜର୍ଭ ବ୍ୟାଙ୍କ ଆଶ୍ୱସନା ଦେଇଛନ୍ତି । ସରକରୀ ବିଭାଗ ଘରୋଇ ବ୍ୟାଙ୍କରେ ଟଙ୍କା ରଖିବାକୁ ମନା କରାଯାଇଥିଲା । ଯେଉଁ ବିଭାଗ ରଖିଛନ୍ତି ତାଙ୍କ ରିସ୍କରେ ରଖିଥିବେ । ସବୁଠାରୁ ବଡ କଥା ହେଉଛି , ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରି ବିଭିନ୍ନ ସଂସ୍ଥା ଓ ଅଫିସର ସରକାରୀ ଅର୍ଥ ଜମା କରୁଥିବା ଘଟଣାକୁ ଗମ୍ଭୀରତାର ସହିତ ନେଇଛନ୍ତି ଅର୍ଥ ବିଭାଗ । କେଉଁ ବିଭାଗ କେଉଁ କେଉଁ ବ୍ୟାଙ୍କରେ କେତେ ଟଙ୍କା ଜମା କରିଛନ୍ତି ତାର ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ ୟେସ୍ ବ୍ୟାଙ୍କରେ ଜମା ହୋଇଥିବା ମହାପ୍ରଭୁଙ୍କ କୋଟି କୋଟି ଟଙ୍କା ସୁରକ୍ଷିତ ନଥିବା ଖବର ସାମନାକୁ ଆସିବା ପରେ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ଓ ବିଜେପି ।

Share

Leave a Reply

Your email address will not be published. Required fields are marked *

four + thirteen =