ଦୁର୍ଗା ପୂଜା, କାଳୀ ପୂଜା ଓ ଲକ୍ଷ୍ମୀପୂଜା ନେଇ ଗାଇଡଲାଇନ

ଭୁବନେଶ୍ୱର() କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁରୁବାର ରାଜ୍ୟ ସରକାର ପୂଜା ଗାଇଡଲାଇନ ଜାରି କରିଛନ୍ତି । ଦୁର୍ଗା ପୂଜା, କାଳୀ ପୂଜା ଓ ଲକ୍ଷ୍ମୀପୂଜା ପାଳନ ନେଇ ଗାଇଡଲାଇନ ଜାରି କରାଯାଇଛି । ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବରର ପର୍ବପର୍ବାଣୀ ପାଇଁ ରାଜ୍ୟ ସରକାର ଏହି ଗାଇଡଲାଇନ ଜାରି କରିଛନ୍ତି ।

୧- ମଣ୍ଡପରେ ପୂଜା ପାଇଁ ଜିଲ୍ଲାପାଳ, କମିଶନରଙ୍କ ଠାରୁ ଅନୁମତି ଜରୁରୀ
୨- ଜିଲ୍ଲାମାନଙ୍କରେ ଜିଲ୍ଲାପାଳ, ଟ୍ୱିିନସିଟିରେ ପୁଲିସ କମିଶନରଙ୍କ ଅନୁମତି ଲୋଡ଼ା
୩-କେବଳ ପରମ୍ପରା ବଜାୟ ରଖିବା ପାଇଁ ପୂଜା କରାଯାଇ ପାରିବ
୪-ସାଧାରଣ ଲୋକ ଭାଗ ନେଇ ପାରିବେନି, ଗହଳି ହୋଇପାରିବନି
୫- ପୂଜା ମଣ୍ଡପ ତିନି ପାଶ୍ୱର୍ରୁ ସମ୍ପୂର୍ଣ୍ଣ ବନ୍ଦ ଓ ଚତୁର୍ଥ ପାଶ୍ୱର୍ ଆଂଶିକ ବନ୍ଦ ରହିବ
୬-ଏମିତି ବନ୍ଦ ରହିବ, ଯେମିତି ସାଧାରଣ ଲୋକ ପ୍ରତିମା ଦେଖି ପାରିବେନି
୭- ପୂଜା ମଣ୍ଡପରେ ସର୍ବସାଧାରଣ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିବ
୮- ମଣ୍ଡପରେ ମୂର୍ତ୍ତିଗୁଡ଼ିକର ଉଚ୍ଚତା ୪ ଫୁଟରୁ କମ ରହିବ
୯- ମଣ୍ଡପରେ କର୍ତ୍ତା ଓ ବ୍ରାହ୍ମଣଙ୍କୁ ମିଶାଇ ୭ଜଣରୁ ଅଧିକ ରହିବେନି
୧୦-ମଣ୍ଡପରେ ଉପସ୍ଥିତ ସମସ୍ତେ ସାମାଜିକ ଦୂରତ୍ୱ, ମାସ୍କ ଆଦି ମାନିବାକୁ ବାଧ୍ୟ
୧୧- ଭସାଣ ଉତ୍ସବ ହେବନି, କୃତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ

୧୨- କୌଣସି ସଙ୍ଗୀତ ବା ମନୋରଞ୍ଜନ କାର୍ୟ୍ୟକ୍ରମ କରାଯାଇପାରିବ ନାହିଁ

୧୩- ଗାଇଡଲାଇନ ଭଙ୍ଗକଲେ ବିପର୍ୟ୍ୟୟ ପରିଚାଳନା ଆଇନ, ଏପିଡେମିକ ଆକ୍ଟ ଅନୁସାରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ

Share

Leave a Reply

Your email address will not be published. Required fields are marked *

eighteen + 2 =