ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ନୂଆଦିଲ୍ଲୀ() ଆଜି ଭାରତରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃୃତ୍ୟୁ ହୋଇଛି । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ମୃତ ବ୍ୟକ୍ତି ହେଉଛନ୍ତି ପଞ୍ଜାବର। ସେ ନଭାଶହର ଜିଲ୍ଲାର ଏକ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି। ୭୨ ବର୍ଷୀୟ ଏହି ବ୍ୟକ୍ତିଜଣକ ୨ ସପ୍ତାହ ପୂର୍ବେ ଇଟାଲୀ ବାଟ ଦେଇ ଜର୍ମାନରୁ ଫେରିଥିଲେ। ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ନାତକତ୍ତୋର ଚିକିତ୍ସା ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ(ପିଜିଆଇଏମଆଇ)ର ନିର୍ଦେଶକ ଜଗତ ରାମ କହିଛନ୍ତି ମୃତବ୍ୟକ୍ତି ମଧୁମେହରେ ପୀଡିତ ଥିଲେ ଓ ଯାଞ୍ଚ ପାଇଁ ପଠାଯାଇଥିବା ତାଙ୍କର ନମୁନାରେ କରୋନା ଭାଇରସ୍ ଥିବା ନେଇ ଜଣାପଡିଥିଲା। ଏହି ବ୍ୟକ୍ତି ଜଣକ ୭ ମାର୍ଚ୍ଚରେ ଇଟାଲୀ ବାଟ ଦେଇ ଜର୍ମାନୀରୁ ଫେରିଥିଲେ।

Share

Leave a Reply

Your email address will not be published. Required fields are marked *

ten − ten =