ସିବିଏସଇ ଫି ବୃଦ୍ଧି ଛାତ୍ରଛାତ୍ରୀଙ୍କ ପାଇଁ ଆଘାତଦାୟକ

ଭୁବନେଶ୍ବର () ସିବିଏସଇ ପକ୍ଷରୁ ନିକଟରେ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଫି ବୃଦ୍ଧିକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଶାଙ୍କଙ୍କୁ ଏକ ଚିଠି ଲେଖିଛନ୍ତି ।

ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଫି ବୃଦ୍ଧି ଅଭିଭାବକ ମହଲରେ ଅସନ୍ତୋଷ ସୃଷ୍ଟି କରିଥିବା ବେଳେ ଅନୁସୂଚିତ ଜାତି ଜନଜାତି ଛାତ୍ରଙ୍କ ଫି 24 ଗୁଣା ବୃଦ୍ଧି ଏକ ଉଦବେଗର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ରାଜ୍ୟ ସରକାର ଗ୍ରାମାଞ୍ଚଳରେ ସିବିଏସଇ ଅନୁବନ୍ଧିତ ହୋଇ 200ଟି ମଡେଲ ସ୍କୁଲ ଖୋଲିଛନ୍ତି । ଏହିସ୍କୁଲ ପଛୁଆ ଗରିବ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ । ଫି ବୃଦ୍ଧି ସେମାନଙ୍କ ପାଇଁ କଷ୍ଟକର ହେବ ।

ଏହିଦୃଷ୍ଟିରୁ ସିପିଏସଇ ବୋର୍ଡକୁ ଫି ବୃଦ୍ଧି ନିଷ୍ପତ୍ତିର ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

four + 9 =