ବାରବାଟୀ ବିଧାୟକ ହେବେ ପିସିସି ସଭାପତି

କଟକ() ପୁଣି ଆରମ୍ଭ ହୋଇଛି କଂଗ୍ରେସର ପିସିସି ସଭାପତି ହଟାଅ ଅଭିଯାନ ।କଟକ ଜିଲ୍ଲାର କିଛି କଂଗ୍ରେସ ନେତା ଏହାର ନେତୃତ୍ବ ନେଇଛନ୍ତି। କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ସପକ୍ଷରେ ଯୁକ୍ତି ବାଢୁଛନ୍ତି। ଏପରିକି ଦିଲ୍ଲୀ ଯାଇ କଂଗ୍ରେସ ହାଇକମାଣ୍ଡଙ୍କୁ ମଧ୍ୟ ଏକତା କହିବେ ବୋଲି କହିଛନ୍ତି।ମୋକିମଙ୍କୁ ପିସିସି ସଭାପତି କରାଗଲେ କଂଗ୍ରେସରେ ଉନ୍ନତି ଘଟିବ ବୋଲି ସେମାନେ କହିଛନ୍ତି।ଗତ ନିର୍ବାଚନରେ କଟକ ଭଳି ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବରେ ମହମ୍ମଦ ମୋକିମ ଜିତିଛନ୍ତି। ଏପରିକି ଜାତୀୟ ସ୍ତରର କୌଣସି ନେତା ବି ତାଙ୍କ ପାଇଁ ପ୍ରଚାରରେ ଆସିନଥିଲେ। ତେବେ ପିସିସି ସଭାପତିକୁ ନେଇ ହେଉଥିବା ଚର୍ଚ୍ଚା ବିଷୟରେ ସେ ହଁ କିମ୍ବା ନାଁ କିଛି କହିନାହାନ୍ତି। ବରଂ ସେ ଚୁପ ରହିବାକୁ ପସନ୍ଦ କରିଛନ୍ତି ।

ସେପଟେ ଗତକାଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟ କଂଗ୍ରେସକୁ ଠିକ୍ ନେତୃତ୍ୱ ଦେଇ ପାରିନାହାନ୍ତି ବୋଲି ଅଭିଯୋଗ ହୋଇଥିଲା । ପ୍ରତିକ୍ରିୟା ଦେଇ ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ‘ଯେଉଁମାନେ ପିସିସି ସଭାପତି ହେବାକୁ ଚାହୁଁଛନ୍ତି ମତେ କହନ୍ତୁ। ମୁଁ ସେମାନଙ୍କ ନାଁ ଏଆଇସିସିକୁ ସୁପାରିଶ କରିବି।

Share

Leave a Reply

Your email address will not be published. Required fields are marked *

six + thirteen =