ବିଧାନସଭା ସମ୍ମୁଖରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ମା’ଙ୍କ ବେକରେ ଲଗାଇଲେ ଛୁରି

ଭୁବନେଶ୍ୱର()  ବିଧାନସଭା  ଅଧିବେଶନ ଚାଲିଥିବାବେଳେ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।  ଏହା ସତ୍ତ୍ୱେ ଗୁରୁବାର ବିଧାନସଭା ସମ୍ମୁଖରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି ।  ବିଧାନସଭା ସାମ୍ନା ପିଏମଜିରେ ଜଣେ ଯୁବକ ହାଇଡ୍ରାମା କରିଛନ୍ତି ।  ଜଣେ ମହିଳାଙ୍କ ବେକରେ ଛୁରି ଲଗାଇ ସମ୍ପୃକ୍ତ ଯୁବକ ଧମକ ଦେଇଛନ୍ତି ।   ତେବେ ସେଠାରେ ଉପସ୍ଥିତ ପୁଲିସ ବହୁ କଷ୍ଟରେ ସମ୍ପୃକ୍ତ ମହିଳାଙ୍କୁ ଯୁବକଙ୍କ କବଳରୁ ଉଦ୍ଧାର କରିବା ସହ  ଯୁବକଙ୍କୁ ନିଜ ହେପାଜତକୁ ନେଇଥିବା ଜଣାଯାଇଛି । ତେବେ ଯୁବକ ଜଣକ କାହିଁକି ମହିଳାଙ୍କ ବେକରେ ଛୁରି ଲଗାଇ ଧମକ ଦେଉଥିଲା, ସେ ନେଇ କିଛି ଜଣାପଡ଼ିନାହିଁ ।

ତେବେ ବିଧାନସଭା ଚାଲିଥିବାବେଳେ ଯୁବକଙ୍କ ଏଭଳି ଉନ୍ମତ୍ତ କାଣ୍ଡ ନେଇ ଚର୍ଚ୍ଚା ଜୋର ଧରିଛି ।  ହାଇ ସିକୁ୍ୟରିଟି ଜୋନକୁ ଛୁରି ନେଇ କିଭଳି ସମ୍ପୃକ୍ତ ଯୁବକ ସେଠାକୁ ଗଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।   ବିଧାନସଭା ଚାଲିଥିବାବେଳେ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ଅଛନ୍ତି । ଏହାକୁ ନେଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ଏହା ସତ୍ତ୍ୱେ  ପୁଲିସ ତଥା ଗୁଇନ୍ଦା ବିଭାଗ କିଭଳି ଜାଣିପାରିଲେନି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ତେବେ ଶେଷ ଖବର ସୁଦ୍ଧା  ସମ୍ପୃକ୍ତ ଯୁବକ ଓ ମହିଳା ସମ୍ପର୍କରେ ମା’ ଓ ପୁଅ ହୋଇଥିବା ଜଣାଯାଇଛି ।  ସେମାନଙ୍କ ଘର ନୟାଗଡ଼ ବୋଲି ଜଣାଯାଇଛି । ପୁଲିସ ସୂଚନା ମୁତାବକ ସମ୍ପୃକ୍ତ ଯୁବକ ଜଣକ ମାନସିକ ବିକୃତ ହୋଇଥିବାବେଳେ ସେ ଭୁବନେଶ୍ୱରରେ ରହୁଥିଲେ । ଆଜି ତାଙ୍କ ମା  ପୁଅର ଚିକିତ୍ସା ପାଇଁ ଭୁବନେଶ୍ୱର ଆସିଥିଲେ ।

Share

Leave a Reply

Your email address will not be published. Required fields are marked *

5 × two =