ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ଓଡିଆ ପୁଅ

ନୂଆଦିଲ୍ଲୀ () ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ଓଡିଆ ପୁଅ ଗିରୀଶ ମୁର୍ମୁ । ଜାମ୍ମୁ-କାଶ୍ମୀର ହାଇକୋର୍ଟ ମୁଖ୍ୟ ବିଚାରପତି ଗିରୀଶଙ୍କୁ ଶପଥ ପାଠ କରାଇଛନ୍ତି । ମୋଦିଙ୍କ ଗୁଡ ବୁକରେ ଥିବା ଓଡିଆ ପୁଅ ଗିରୀଶଙ୍କୁ ବଡ ଦାୟିତ୍ୱ ଦିଆଯାଇଥିଲା । ତେବେ ଜାମ୍ମୁ-କାଶ୍ମୀରକୁ ନୂଆ ଉପ ରାଜ୍ୟପାଳ ମିଳିବା ପରେ ଆଜି ଠାରୁ ଏହା କେନ୍ଦ୍ରଶାସିତ ଅଞ୍ଚଳ ହେଲା ।

୧୯୮୫ ମସିହା ବ୍ୟାଚର ଗୁଜୁରାଟ ଆଇଏଏସ କ୍ୟାଡର ଗୀରିଶ ଚନ୍ଦ୍ର ମୁର୍ମୁଙ୍କ ଘର ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଅଞ୍ଚଳରେ ହୋଇଥିବା ବେଳେ ମୋଦି ସରକାରରେ ପାୱାରଫୁଲ ଅଫିସର ଜଣାଶୁଣା ଥିଲେ । ଗିରୀଶ କେନ୍ଦ୍ର ଅର୍ଥ ମନ୍ତ୍ରାଳୟରେ ବ୍ୟୟ ସଚିବ ଭାବେ କାର୍ୟ୍ୟ କରୁଥିଲେ ।

Share

Leave a Reply

Your email address will not be published. Required fields are marked *

13 + eighteen =