ଜଳିଗଲା ଟ୍ରେନ,ଚାଲିଗଲା ୬୫ ଜୀବନ

ପାକିସ୍ତାନ()  ପାକିସ୍ତାନରେ ଅଭାବନୀୟ ଘଟଣା । କରାଚୀ-ରାୱଲପିଣ୍ଡି ତେଜ୍ଗାମ ଏକ୍ସପ୍ରେସ ଟ୍ରେନରେ ନିଆଁ ଲାଗି ୩ଟି ବଗି ଜଳିପୋଡି ପାଶଁଶ ହୋଇଯାଇଥିବା ବେଳେ ଟ୍ରେନରେ ଥିବା ୬୫ ଜଣ ଯାତ୍ରୀଙ୍କ ଜୀବନ ଚାଲିଯାଇଛି । ଘଟଣାରେ ଏବେବି ୩୦ରୁ ଅଧିକ ଲୋକ ଜୀବନ ସହ ସଂଗ୍ରାମ କରୁଛନ୍ତି । ଗୁରୁବାର ସକାଳେ ପାକିସ୍ତାନର ଲିଆକତ୍ପୁର ଅନ୍ତର୍ଗତ ରହିମ ୟାର୍ ଖାଁ ନିକଟରେ ଏକ ଏକ୍ସପ୍ରେସ୍ ଟ୍ରେନ୍ରେ ନିଆଁ ଲାଗିଥିଲା । ରେଲୱେ ଅଧିକାରୀଙ୍କ କହିବା ଅନୁଯାୟୀ, ଖାଦ୍ୟ ପ୍ରସ୍ତୁତ ପାଇଁ ବ୍ୟବହାର କରାଯାଉଥିବା ଗ୍ୟାସରୁ ଏହି ବିସ୍ଫୋରଣ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

3 × two =