କଣ ପାଇଁ ଦିଲ୍ଲୀପଙ୍କ ପାଦ ପାଟକୁରାରେ ପଡୁନାହିଁ,ପଢନ୍ତୁ …

ଭୁବନେଶ୍ୱର() ହାତ ଧରାଧରି ହୋଇ ବିଜେପି ଛାଡିଥିଲେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ । ଉଭୟ ଥିଲେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ। ଦିଲ୍ଲୀପ ନବୀନ ନିବାସ  ଯାଇ ବିଜେଡି ମିଶିବାପାଇଁ ଯୋଜନା କରି ନିରଶ ହୋଇଥିବା ବେଳେ ବିଜୟ ବିଜେପିକୁ ବାହୁଡି ଏବେ ପାଟକୁରାରୁ ପ୍ରାର୍ଥୀ ହୋଇଛନ୍ତି । ପାଟକୁରାର ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ଯୋଗୁଁ ଏହି ଆସନରେ ନିର୍ବାଚନ ଘୁଞ୍ଚି ଆସନ୍ତା ୨୦ ତାରିଖରେ ହେବାକୁ ଯାଉଛି । ବେଦୁ ବାବୁଙ୍କ ମୃତ୍ୟୁ ପୂର୍ବରୁ ବିଜୟଙ୍କ ନିର୍ବାଚନ ପ୍ରଚାର ସମୟରେ ଦିଲ୍ଲୀ ରାୟ ତାଙ୍କ ସମର୍ଥନରେ ପାଟକୁରା ଯାଇଥିଲେ ।
ସେତେବେଳେ ସମସ୍ତେ ବିଜୟ-ଦିଲ୍ଲୀପଙ୍କ ଯୋଡିକୁ ତାରିଫ କରିଥିଲେ । ଆଶା କରିଥିଲେ ବିଜୟଙ୍କ ପରେ ପରେ ଦିଲ୍ଲୀପ ବି ସବୁକିଛି ଭୁଲି ବିଜେପିକୁ ଫେରି ଆସିବେ । କାରଣ ଏପର୍ଯ୍ୟନ୍ତ ଦିଲ୍ଲୀପଙ୍କ ଇସ୍ତଫାକୁ ବିଜେପି ଗ୍ରହଣ କରିନାହିଁ । ହେଲେ ପାଟକୁରା ନିର୍ବାଚନର ଦ୍ୱିତୀୟ ଏପିସୋଡରେ ଦିଲ୍ଲୀପ ଏବେ ବିଜୟଙ୍କ ହାତ ଛାଡି ଦେଇଥିବା ଦେଖିବାକୁ ମିଳୁଛି । ବିଜୟଙ୍କ ଅନେକ ବନ୍ଧୁ ତାଙ୍କ ପାଇଁ ପ୍ରଚାର ଚଳାଇଥିବାବେଳେ ଦିଲ୍ଲୀପଙ୍କୁ ଦେଖିବାକୁ ମିଳୁନାହିଁ । ଦିଲ୍ଲୀପ କ’ଣ ପାଇଁ ବିଜୟଙ୍କୁ ଏଭଳି ଏକୁଟିଆ କରିଦେଲେ ତାହାକୁ ନେଇ ନାନା ଆକଳନ କରାଯାଉଛି । ହେଉଥିବା ଆଲୋଚନା ଅନୁଯାୟୀ ଦିଲ୍ଲୀପ ଏବେ ବି ବିଜେଡି ଆଶା ଛାଡିପାରି ନାହାନ୍ତି । ମୋଦି-ଶାହାଙ୍କ ଅନୁରୋଧରେ ଅଶ୍ୱିନୀ ରାଜ୍ୟସଭା ଯାଇନଥିଲେ ସେହି ସ୍ଥାନରେ ଦିଲ୍ଲୀପ ଯିବେ ବୋଲି ଆଶା ବାନ୍ଧିଥିଲେ । ସେହି ଅନୁଯାୟୀ ଗୋଟି ଚାଳନା ବି ହୋଇଥିଲା । ହେଲେ ଶେଷ ମୂହୂର୍ତ୍ତରେ ସବୁକିଛି ବଦଳି ଯାଇଥିଲା । ଅଶ୍ୱିନୀ ରାଜ୍ୟସଭା ଯିବା ସହିତ ବିଜେଡି-ବିଜେପି ଏବେ ନିକଟତର ହୋଇଛନ୍ତି । ଅନ୍ୟ ପକ୍ଷରେ ଏବେ ବି ବିଜେଡିର ଅନେକ ତୁଙ୍ଗନେତା ଦିଲ୍ଲୀପଙ୍କ ସହିତ ଯୋଗାଯୋଗରେ ଅଛନ୍ତି । ହେଲେ ନବୀନଙ୍କ ସବୁଜ ସଙ୍କେତ ମିଳୁନଥିବାରୁ ସିଏ ଶତପ୍ରତିଶତ ବିଜେଡିକୁ ଫେରିପାରୁ ନାହାନ୍ତି । ଆଉ ଗୋଟିଏ ମହଲର କହିବାକଥା ହେଲା ଯେ ଦିଲ୍ଲୀପଙ୍କ ବିରୁଦ୍ଧରେ ଚାଲିଥିବା ସିବିଆଇ ମାମଲା ଯୋଗୁଁ ଶ୍ରୀ ବିଜେପି ଉପରେ ଅଭିମାନ କରିଛନ୍ତି । ଏହି ମାମଲାଟିର ବିଚାର ଏବେ ତ୍ୱରାନ୍ୱିତ ହୋଇଛି ।
ଏଥିପାଇଁ ଦିଲ୍ଲୀପଙ୍କ ସମର୍ଥକମାନେ ବିଜେପି ନେତାଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି । ବାଜପେୟୀଙ୍କ ମବୀମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ବିଭାଗର କେନ୍ଦ୍ରମବୀ ହୋଇଥିବା ଦିଲ୍ଲୀପ ରାଜ୍ୟରେ ବି ମନ୍ତ୍ରୀ ଥିଲେ । ବିଜୁ ବାବୁଙ୍କ ପ୍ରିୟ ଏହି ନେତା କେବଳ ରାଉରକେଲା ନୁହେଁ, ଉପକୂଳ ଓଡିଶାରେ ବି ଦବ୍‍ଦବା ରଖିଛନ୍ତି । ସିଏ ପାଟକୁରା ଆସିଲେ ବିଜୟଙ୍କ ଭୋଟହାର ବଢିବ ବୋଲି ଅନେକ ବିଜୟ ସମର୍ଥକ ବି ମତ ଦେଉଛନ୍ତି । ହେଲେ ଦିଲ୍ଲୀପ କିନ୍ତୁ ନିରବ । କଣ ପାଇଁ ଦିଲ୍ଲୀପଙ୍କ ପାଦ ପାଟକୁରାରେ ପଡୁନାହିଁ ସେ ନେଇ ନାନା ଆଲୋଚନା ଚାଲିଛି । ଏଥିପାଇଁ ସବିଆଇ ମାମଲା ନା ନବୀନଙ୍କୁ ତୁଷ୍ଟକି ରଣ ତାହାକୁ ନେଇ ଏବେ କେନ୍ଦ୍ରାପଡାରୁ ରାଜଧାନୀଯାଏ ଆଲୋଚନା ଚାଲିଥିବାବେଳେ
Share

Leave a Reply

Your email address will not be published. Required fields are marked *

1 × 5 =