ଦିପାବଳୀ ଅଫର, ୬୯୯ ଟଙ୍କାରେ ଜିଓଫୋନ୍

ଭୁବନେଶ୍ବର () ସବୁ ଭାରତୀୟଙ୍କ ପାଇଁ ସମ୍ପୂର୍ଣ୍ଣ ଡିଜିଟାଲ୍ ଅନ୍ତର୍ଭୁକ୍ତୀକରଣକୁ ନିଶ୍ଚିତ କରିବା ଦିଗରେ ଜିଓ ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ଆଜି, ଜିଓ ପକ୍ଷରୁ ଏକ ସ୍ବତନ୍ତ୍ର ଥରେ-ମାତ୍ର ଅଫର ଘୋଷଣା କରାଯାଇଛି ଯାହାର ନାମ ହେଉଛି ଜିଓଫୋନ୍ ଦୀପାବଳି ୨୦୧୯ ଅଫର । ଚଳିତ ଦଶହରା ଓ ଦୀପାବଳିର ପାର୍ବଣ ଅବସରରେ ଜିଓ ପକ୍ଷରୁ ଜିଓଫୋନକୁ ମାତ୍ର ୬୯୯ ଟଙ୍କାର ଏକ ସ୍ବତନ୍ତ୍ର ମୂଲ୍ୟରେ ଉପଲବ୍ଧ କରାଯାଇଛି ଯାହାର ବର୍ତମାନ ବଜାର ମୂଲ୍ୟ ହେଉଛି ୧୫୦୦ ଟଙ୍କା । ନିଜର ପୁରୁଣା ଫୋନ୍କୁ ବଦଳାଇବା ଭଳି କୌଣସି ପ୍ରକାର  ସ୍ୱତନ୍ତ୍ର ସର୍ତ ନଥିବାରୁ ଗ୍ରାହକଙ୍କ ପାଇଁ ଏହା ସିଧାସଳଖ ୮୦୦ ଟଙ୍କାରୁ ଅଧିକ ସଂଚୟ ସୁଯୋଗ ଆଣିଦେଇଛି । ଏହି ମୂଲ୍ୟ ବଜାରରେ ବର୍ତମାନ ଉପଲବ୍ଧ ହେଉଥିବା ଯେକୌଣସି ୨ଜି ଫିଚର ଫୋନ୍ ତୁଳନାରେ ବହୁତ କମ୍ । ୪ଜି ସେବା ପର୍ଯ୍ୟନ୍ତ ଆସିବା ଲାଗି ଫିଚର୍ ଫୋନ୍ ବ୍ୟବହାରକାରୀଙ୍କ ଲାଗି ଯେଉଁ ଶେଷ ପ୍ରତିବନ୍ଧକ ରହିଥିଲା ତାହା ଏବେ ଦୂର ହୋଇଛି । ୭୦୦ ଟଙ୍କାର ପ୍ରତିବଦ୍ଧତା, ଯାହା ଜିଓ ଫୋନ୍ ଗ୍ରାହକମାନେ ଜିଓଫୋନକୁ କିଣିବା ଲାଗି ନିବେଶ କରିବେ ଏବଂ ୨ଜିରୁ ୪ଜି ଡାଟା ଦୁନିଆରେ ପ୍ରବେଶ କରିବେ, ଜିଓ ମଧ୍ୟ ନିଜ ଆଡ଼ୁ ନିବେଶର ପ୍ରତିଶ୍ରୁତି ଦେଇଛି । ଭାରତୀୟ ସମାଜରେ ନିହାତି ଆବଶ୍ୟକ କରୁଥିବା ବର୍ଗକୁ ଇଟଂରନେଟ୍ ଅର୍ଥନୀତିରେ ସାମିଲ କରିବା ଦିଗରେ ଜିଓର ଏହା ହେଉଛି ନିବେଶ ଏବଂ ପ୍ରତିବଦ୍ଧତା ।

ଯେଉଁ ଜିଓଫୋନ୍ ଗ୍ରାହକମାନେ ଦୀପାବଳି ୨୦୧୯ ଅଫର ଜରିଆରେ ଜିଓରେ ଯୋଗ ଦେବେ, ଜିଓ ସେମାନଙ୍କୁ ୭୦୦ ଟଙ୍କା ମୂଲ୍ୟର ଅତିରିକ୍ତ ଡାଟା ସୁବିଧା ପ୍ରଦାନ କରିବ । ଗ୍ରାହକମାନେ ଯେଉଁ ପ୍ରଥମ ୭ଟି ରିଚାର୍ଜ କରିବେ, ଜିଓ ଅତିରିକ୍ତ ଭାବେ ପ୍ରତିଥର ୯୯ ଟଙ୍କା ମୂଲ୍ୟର ଡାଟା ଯୋଗ କରିବ ।\nଅତିରିକ୍ତ ୭୦୦ ଟଙ୍କା ମୂଲ୍ୟର ଅତିରିକ୍ତ ଡାଟା ଜରିଆରେ ଏହି ଅଫରରେ ଜିଓ ଫୋନ୍ ବ୍ୟବହାରକାରୀମାନେ ମନୋରଂଜନ, ପେମେଂଟ୍, ଇ-କମର୍ସ, ଶିକ୍ଷା, ଲର୍ଣ୍ଣିଂ, ତାଲିମ, ରେଳ ଓ ବସ୍ ବୁକିଙ୍ଗ, କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ୍ ଇଟେଂଲିଜେନ୍ସ) ଆପ୍ସ ଏବଂ ଆହୁରି ବହୁତ କିଛିର ଏଯାଏଁ ଅଦେଖା ଦୁନିଆରେ ପ୍ରବେଶ କରିପାରିବେ । ଜିଓ ଫୋନ୍ କିଣାରେ ୮୦୦ ଟଙ୍କାର ସଂଚୟ ଏବଂ ୭୦୦ ଟଙ୍କା ମୂଲ୍ୟର ଡାଟା ଜରିଆରେ ପ୍ରତି ଜିଓ ଫୋନ୍ ଗ୍ରାହକ ମୋଟ ୧୫୦୦ ଟଙ୍କାର ଲାଭ ପାଇପାରିବେ । ଏକ ସମୃଦ୍ଧ ଡିଜିଟାଲ୍ ଭାରତ ପାଇଁ ୧୫୦୦ ଟଙ୍କାର ଏହି ଲାଭ ହେଉଛି ଜିଓର ଦୀପାବଳି ଉପହାର ।

ମୁକେଶ ଧୀରୁଭାଇ ଅମ୍ବାନି, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ କହିଛନ୍ତି ଯେ, “ସୁଲଭ ମୂଲ୍ୟର ଇଟଂରନେଟ୍ ଏବଂ ଡିଜିଟାଲ୍ ବିପ୍ଳବ ଲାଭରୁ ଯେଭଳି କୌଣସି ଭାରତୀୟ ବଂଚିତ ନହୁଅନ୍ତୁ ତାହାକୁ ଜିଓ ନିଶ୍ଚିତ କରିବ । ଜିଓ ଫୋନ୍ ଦୀପାବଳି ଅଫର ପ୍ରଦାନ କରି ଆମେ ଆର୍ଥିକ ପିରାମିଡ୍ର ଶେଷ ଧାଡ଼ିରେ ଥିବା ବର୍ଗର ପ୍ରତିଟି ନୂଆ ଲୋକଙ୍କୁ ଇଟଂରନେଟ୍ ଅର୍ଥନୀତିରେ ସାମିଲ କରିବା ଲାଗି ୧୫୦୦ ଟଙ୍କାର ନିବେଶ କରୁଛୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଡିଜିଟାଲ୍ ଇଣ୍ଡିଆ ମିସନ୍ର ସଫଳତା ପାଇଁ ଆମର ପ୍ରତିବଦ୍ଧତାକୁ ମଧ୍ୟ ଆମେ ପ୍ରଦର୍ଶିତ କରୁଛୁ ।’’

Share

Leave a Reply

Your email address will not be published. Required fields are marked *

13 − nine =