ଦେଶରେ ଖୋଲାଯିବ ୭୫ଟି ମେଡିକାଲ କଲେଜ

ନୂଆଦିଲ୍ଲୀ()  ବୁଧବାରଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଅନେକ ମହତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ସହ ଦେଶରେ ୭୫ଟି ନୂତନ ମେଡିକାଲ କଲେଜ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ର ପରିବେଶ, ଜଙ୍ଗଲା ଏବଂ ଜଳବାୟୁ ପରିବର୍ତ୍ତନ ତଥା ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ଘୋଷଣା କରିଛନ୍ତି।

୨୪ ହଜାର ୩୭୫ କୋଟି ଟଙ୍କା ବ୍ୟୟରେ ଏହି ୭୫ଟି ନୂତନ ମେଡିକାଲ ୩ ବର୍ଷରେ କଲେଜ୍ ଖୋଲାଯିବ। ଏଥିରେ ଏମବିବିଏସର ୧୫,୭୦୦ ନୂତନ ସିଟ୍ ରହିବ। ଦେଶର ଯେଉଁ ଜିଲ୍ଲା ସ୍ଵାସ୍ଥ୍ୟ କ୍ଷେତ୍ରରେ ପଛୁଆ ରହିଛି ସେଠାରେ ଏହି ନୂତନ ମେଡିକାଲ କଲେଜ୍ ଖୋଲାଯିବ ବୋଲି ଜାଭେଦକର କହିଛନ୍ତି।

Share

Leave a Reply

Your email address will not be published. Required fields are marked *

14 − two =